ସର୍ପଦଂଶନର ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ତରଫରୁ ବେହେରା ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସର୍ପଦଂଶନର ନିରାକରଣ ଓ ସର୍ତକତା ଉପରେ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଭକ୍ତଚରଣ ଭୋଇ ଯୋଗଦେଇ ଧୈର୍ଯ୍ୟ ଓ ସାହସିକତା ସହିତ ପରିସ୍ଥିତିକୁ କେମିତି ମୁକାବିଲା କରିଯିବ ସେ ଉପରେ ବକ୍ତବ୍ୟ ରଖିଥିଲେ ମୁଖ୍ୟବକ୍ତା ଭାବରେ ବେହେରା ଡାକ୍ତରଖାନା ର ହୋମିଓପାଥିକ ମେଡିକାଲ ଅଫିସର ଡାକ୍ତର ମଳୟ କୁମାର ତାଣ୍ଡି ଯୋଗ ଦେଇ ପିଲାମାନଙ୍କୁ ସାପର ବର୍ଗୀକରଣ କରିବା ସହ ବିଷଧର ସାପକୁ କିପରି ଚିହ୍ନଟ କରିବା, ସାପକାମୁଡ଼ିଥିବା ବ୍ୟକ୍ତିକୁ କିପରି ଭାବେ ସହଯୋଗ କରି ଜୀବନ ବଞ୍ଚାଇବା ସେ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଉକ୍ତ କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍କୃତ ଶିକ୍ଷକ କନିଷ୍ଠ ରେଡକ୍ରସ ପରାମର୍ଶଦାତା ସଚ୍ଚିଦାନନ୍ଦ ଗୌଡ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସବୁବେଳେ ବନ୍ଧୁତା ପୂର୍ବକ ସେବା ମନୋଭାବ ରଖିବା ପାଇଁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ ପରାମର୍ଶ ଦାତା ଶାନ୍ତନୁ ବାଗ, ଅଧ୍ୟାପକ ଭାଗ୍ୟବାନ ଦାସ,ରିଙ୍କୁ ଖମାରୀ, ଭୂଜବଳ ନାଏକ ବିଦ୍ୟାଳୟର ଶିକ୍ଷକ ପ୍ରେମଲାଲ କାଣ୍ଡ, ମୋନାଲିସା ନାଏକ, ହରେକୃଷ୍ଣ ପ୍ରଧାନ, କୃପାସିନ୍ଧୁ ବେହେରା, ନରେନ୍ଦ୍ର ନାଏକ, ଜିତେନ୍ଦ୍ର ନାଏକ, ରାଜେନ୍ଦ୍ର ଭୋଇ, ଚନ୍ଦନ ରାଉତ, ରମେଶ ବେହେରା, ସ୍ମୃତିରଞ୍ଜନ ନାଏକ, ସୌରଭ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଏବଂ ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏକାଦଶ ଶ୍ରେଣୀର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.