ନର୍ଲାରେ ଜମୁଛି ରାକ୍ଷୀ ବଜାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସୁଛି ଗହ୍ମା ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବ। ଭାଇ ଭଉଣୀ ପବିତ୍ର ସମ୍ପର୍କର ଏ ଏକ ନିଆରା ପର୍ବ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ଓ ନର୍ଲାରୋଡ଼ ସହରରେ ଅନେକ ଗୁଡ଼ିଏ ରାକ୍ଷୀ ଦୋକାନ ଖୋଲିଥିବା ଦେଖିବାକୁ ମିଳୁଛି। ଆସନ୍ତା ଅଗଷ୍ଟ ୧୯ ସୋମବାର ରାକ୍ଷୀ ପୂର୍ଣ୍ଣିମା। ଏ ନେଇ ନର୍ଲାରେ ଜମୁଛି ରାକ୍ଷୀ ବଜାର। ବିଶେଷ କରି ନର୍ଲା ବସଷ୍ଟାଣ୍ଡରେ ରାକ୍ଷୀ ବଜାରର ଭିଡ ଜମୁଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅଗଷ୍ଟ ପହିଲାରୁ ନର୍ଲାରେ ରାକ୍ଷୀ ଦୋକାନ ସବୁ ଖୋଲି ରାକ୍ଷୀ ବ୍ୟବସାୟ ଚାଲିଥିବା ଦେଖିବାକୁ ମିଳିଛି। ଏହା ୧୯ ତାରିଖ ଯାଏଁ ଚାଲିବ।

Omkar Vasthu
Omkar Vasthu

ସହଜେ ତ ନର୍ଲା ବସଷ୍ଟାଣ୍ଡ ମାର୍କେଟରେ ପ୍ରତ୍ୟହ ସନ୍ଧ୍ୟାରେ ଭିଡ଼ ଜମିଥାଏ। ଚାନ୍ଦ ମାର୍କେଟ କମ୍ପ୍ଲେକ୍ସ ସାମନାରେ ଏଥିପାଇଁ ଶହ ଶହ ସଂଖ୍ୟାରେ ବାଇକ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସାଙ୍ଗକୁ ବସଷ୍ଟାଣ୍ଡରେ ରାକ୍ଷୀ ବଜାର ଯୋଗୁଁ ସନ୍ଧ୍ୟାରେ ବଜାର ଭିଡ ଦ୍ଵିଗୁଣି ହେଉଥିବା ପରିଲକ୍ଷିତ ହେଉଛି। ଦୋକାନ ଗୁଡିକରେ ରଙ୍ଗ ବେରଙ୍ଗର ଭଳିକି ଭଳି ସୁ ସଜ୍ଜିତ ରାକ୍ଷୀ ସାଙ୍ଗକୁ ଉଜ୍ବଳ ଆଲୋକ ମାଳା ଗ୍ରାହକଙ୍କୁ ବେଶ ଆକର୍ଷିତ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ରାକ୍ଷୀ ପୂର୍ଣ୍ଣିମା ନିକଟତର ହେଉଥିବାରୁ ବେଶ ଜମୁଛି ରାକ୍ଷୀ ବଜାର। ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା ମାର୍କେଟ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.