ବିଭିନ୍ନ ଅଭିଯୋଗ ନେଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଜିଲ୍ଲାର ସର୍ବପ୍ରାଚୀନ ମହାବିଦ୍ୟାଳୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ ଧାରଣା ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁ ନ ଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଅଣ ଛାତ୍ରମାନେ ବିଦ୍ୟାଳୟକୁ ପ୍ରବେଶ କରିବା ସହିତ ଛାତ୍ରୀମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି। ସେହିପରି ଦୀର୍ଘ ଦିନରୁ ଲାଗି ରହିଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କମନ ରୁମ, ଗ୍ରନ୍ଥାଗାର ସମସ୍ୟା, ଛାତ୍ରଛାତ୍ରୀ ନିବାସ କାର୍ଯ୍ୟକ୍ଷମ କରିବା ଆଦି ଦାବି ଜଣାଇଛନ୍ତି କରିଛନ୍ତି।

ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରି ଦାବି ପୂରଣ ନ ହେବାରୁ ଛାତ୍ରଛାତ୍ରୀମାନେ ଶେଷରେ ଶ୍ରେଣୀ ବର୍ଜନ କରିବା ସହିତ ଆନ୍ଦୋଳନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଦାବି ପୂରଣ ନ ହେଲେ ଆଗାମା ୧୦ ଦିନ ପର୍ଯ୍ୟନ୍ତ ଶ୍ରେଣୀ ବର୍ଜନ କରି ଆନ୍ଦୋଳନକୁ ଚାଲୁ ରଖିବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ଜିଲ୍ଲାର ସର୍ବ ପ୍ରାଚୀନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ଅଧ୍ୟାପକ ପଦ ପଦବୀ ପୂରଣ, ଭିତ୍ତିଭୁମୀର ବିକାଶ ସହିତ ସ୍ନାତକୋତ୍ତର ବିଭାଗ ଖୋଲିବା ପାଇଁ ଦୀର୍ଘ ଦିନରୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜିଲ୍ଲାର ଶିକ୍ଷାବିତ ମାନେ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏଥି ପ୍ରତି ଧ୍ୟାନ ଦେଉ ନ ଥିବା  ଅଭିଯୋଗ ହୋଇଛି। ତୁରନ୍ତ ଏହି ମହାବିଦ୍ୟାଳୟକୁ ଏକ ସ୍ବୟଂ ସଂପୂର୍ଣ୍ଣ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.