ସଇଁତଲାରେ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଦେଶ ବ୍ୟାପି ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଚାଲିଛି। ସେହି କ୍ରମରେ ସଇଁତଲାରେ ବୁଧବାର ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଆରମ୍ଭ ହୋଇଛି ଏହି ଜାତୀୟ କାର୍ଯ୍ୟକ୍ରମ। ସଇଁତଲା ବ୍ଲକ ପରିସରରେ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ବିଡ଼ିଓ ବିନୟ କୁମାର ଭୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

ଏହାପରେ ସ୍ଥାନୀୟ ବ୍ଲକ କାର୍ଯାଳୟ ପରିସରରୁ ସମସ୍ତେ ଜାତୀୟ ପତାକା, ବ୍ୟାଚ ଲଗାଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲେ। ବନ୍ଦେ ମାତରମ ଓ ଜୟ ହିନ୍ଦ ନାରାରେ କମ୍ପି ଉଠିଥିଲା ସହର। ପ୍ରଥମେ ବ୍ଲକ ଛକ ଦେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନବୀନ ଛକ, ନିୟୁ ମାର୍କେଟ, ପୁରୁଣା ବ୍ୟାଙ୍କ ଛକ, ବସଷ୍ଟାଣ୍ଟ, ଥାନା ଦେଇ ବାଳକ ନୋଡାଲ ହାଇସ୍କୁଲରେ ପହଞ୍ଚି ପୁଣି ବ୍ଲକ କାର୍ଯାଳୟକୁ ଫେରି ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଶୋଭାଯାତ୍ରା ସମୟରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଷମା ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଏପିଓ ବନଜା ବାସିନୀ ଦାସ, କନିଷ୍ଠ ଯନ୍ତ୍ରୀ ରୋଜାଲିନ ପରିଡା, ରାଜେନ ଟୋପୋ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, କ୍ୟାସିୟର ତରଣୀ ଧରୁଆ, ରାଜସ୍ୱ ପରିଦର୍ଶିକା ଅଶ୍ୱିନୀ ଜାଲଙ୍କ ସମେତ ଏମବିକେ, ସିଆରପିସିଏମ, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, କୃଷକ ମିତ୍ର, ଏସଏସଡି ବିଦ୍ୟାଳୟ ଛାତ୍ରୀ, ତହସିଲ ବିଭାଗର କର୍ମଚାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ, ଜିଓଟେକ, ଯୋଗାଣ ସହାୟକ, ଭିନ୍ନକ୍ଷମ ବିଦ୍ୟାଳୟର କର୍ମଚାରୀ, ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀମାନେ ସାମିଲ ହୋଇ ଲୋକଙ୍କୁ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବାକୁ ସଚେତନ କରିଥିଲେ। ବ୍ଲକ ଠାରେ ଥିବା ତ୍ରିରଙ୍ଗା ସେଲଫି ପଏଣ୍ଟରେ ସମସ୍ତେ ଫଟୋ ଉଠାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ, ଏଏସଆଇ ଅରକ୍ଷିତ ନାୟକ, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇଙ୍କ ସହ ପୋଲିସ ଟିମ୍‌ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.