ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶ ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ସବୁ ଆଡ଼େ ଉତ୍ସବର ମାହୋଲ। ଦେଶପ୍ରେମରେ ତରଙ୍ଗାୟିତ ହେଉଛି ପରିବେଶ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି ଏହି ଜାତୀୟ ଦିବସ। ମ.ରାମପୁର ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନରେ ଏନେଇ ଆୟୋଜିତ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ରୁପ୍ରାରୋଡର ଯୁବ ଶିଳ୍ପଦ୍ୟୋଗୀ ସୁମିତ କୁମାର ଅଗ୍ରୱାଲ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଏଥିରେ ପ୍ରତିଷ୍ଠାନର ପରିଚାଳିକା ଟୁନି ପଣ୍ଡାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।