ନର୍ଲାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶର ୭୮ତମ ସ୍ବାଧିନତା ଦିବସ ପାଳନକୁ ନେଇ ଉତ୍ସବ ମୁଖର ହୋଇଉଠିଛି ନର୍ଲା। କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡିଆରେ ଆୟୋଜିତ ୭୮ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନର୍ଲାକୁ ବିକାଶ ପଥରେ ଆଗେଇ ନେବାରେ ସାରଥୀ ହେବା ପାଇଁ ଆହ୍ବାନ ଦେଇଥିଲେ ଶ୍ରୀମତୀ ମହାନ୍ତି। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ ପ୍ରତିଯୋଗୀତାରେରେ ନର୍ଲା ହାଇସ୍କୁଲର ଏନସିସି ଛାତ୍ରମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶିଶୁ ମନ୍ଦିରର ଜୁନିୟର ରେଡ଼କ୍ରସର ଛାତ୍ର ମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହାସହ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।

ଏହି କ୍ରମରେ ନର୍ଲା ବ୍ଲକରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପତାକା ଉତ୍ତୋଳନ କରିଥିବାବେଳେ, ଥାନାରେ ଆଇଆଇସି ମମିତା ପାଣିଗ୍ରାହୀ, ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନଚାର୍ଯ୍ୟ ବୁଦ୍ଧଦେବ ନାଏକ, ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ପ୍ରିନସପାଲ ନାରାୟଣ ନାଏକ, +୨ କଲେଜରେ ଅଧ୍ୟକ୍ଷ ଭବାନୀ ଶଙ୍କର ଦାସ, ପେସିଫିକ ସ୍କୁଲରେ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ ନାଏକ, ମାଉଣ୍ଟେନ କିଡସ ସ୍କୁଲରେ ଚେୟାରମେନ ନବୀନ କିଶୋର ଦାସ, ନର୍ଲା ଆଦର୍ଶ ବିଦ୍ୟାଳୟରେ ଜୟନ୍ତ ଖମାରୀ, ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟକ୍ଷ ଚିନ୍ତାମଣି ଦ୍ବିବେଦୀ, ଆଇସିଡିଏସ ଅଫିସରେ ସିଡ଼ିପିଓ ବିନୋଦିନୀ ପଣ୍ଡା, ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ମାନଭଞ୍ଜନ ହୋତା, ନର୍ଲା କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧକାରୀ ରଜତ କୁମାର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ତପିମଣି ଜାନି, ତହସିଲ ଅଫିସରେ ତହସିଲଦାର ବିଶ୍ଵ ରଞ୍ଜନ କହଁର, ଗୋଷ୍ଠୀ ଚିକିତ୍ସାଳୟରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ, ନର୍ଲା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ନର୍ଲା ନୋଡାଲ ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ନିର୍ମଳ ବାରିକ, ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବରେ ଯୁବ ନେତା ପ୍ରଦୀପ କୁମାର ନାଏକ ପତାକା ଉତ୍ତୋଳନ କରିଥିଲେ। ଅନୁକୂଳ ପାଗ ଓ ଆନନ୍ଦ ଉହ୍ଳାସ ମଧ୍ୟରେ ନର୍ଲାରେ ସମ୍ପନ୍ନ ହୋଇଯାଇଛି ୭୮ ତମ ସ୍ୱାଧୀନତା ଦିବସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.