ପୁରୁଷୋତ୍ତମପୁର କଂଗ୍ରେସ ତରଫରୁ ସ୍ୱାଧୀନତା ଦିବସ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା କଂଗ୍ରେସ ନେତା ଓ କର୍ମୀଙ୍କ ଦ୍ୱାରା ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପୁରୁଷୋତମପୁର ନଗର ଏବଂ ବ୍ଲକ କଂଗ୍ରେସ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ସହ ପରିକ୍ରମା କରି ବଜାର ଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏବଂ ପୁରୁଷୋତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗି ମାନଙ୍କୁ ପଂଳ ବଣ୍ଟନ କରାଯଇ ରୋଗିଙ୍କର ଆରୋଗ୍ୟ କାମନା କରାଯାଇଥୂଲା ।

ଏହି କର୍ଯ୍ୟକ୍ରମରେ ପୁରୁଷୋତମପୁର ନଏସିର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥୀ ଚିତ୍ର ସେନ ବେହେରା, ପୁର୍ବର୍ତ୍ତନ ନଗର ସଭାପତି ମନରଞନ ଦାସ, ଉପ ସଭାପତି (ସୁସାନ୍ତ ଗୈାଡ, ‌,ମାଧବ ଦାସ) ସନ୍ତୋଷ ଗୌଡ଼, ମାଧବ ମହାରଣା, ମନୋଜ ରାଉଳ, ରାମଚନ୍ଦ୍ର ବେହେରା, ରଘୁନାଥ ବେହେରା, ଜଗନ୍ନାଥ ବେହେରା,ରୋସନ ଏବଂ ବହୁ କର୍ମୀ ଯୋଗ ଦେଇଥିଲେ | ସେହିପରି ବ୍ଲକରୁ ଚିରଞ୍ଜିବୀ ବିସୋଇ, ସାଗର ପାଢୀ, କାମନା,ରାମକୃଷ୍ଣ, ସରତ ଦାସ, ଶୀନିବାସ ଏବଂ ବହୁ କଂଗ୍ରେସ କର୍ମୀ ବାଇକ ଶୋଭାଯତ୍ରାରେ ଯୋଗ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.