ପିକ୍ଅପ୍ ଭ୍ୟାନ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ରେଙ୍ଗାଲପାଲି ବ୍ରିଜର ଡିଭାଇଡରେ ପିଟି ହୋଇ ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଗାଡ଼ିରେ ଥିବା ୨ ଜଣ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ବ୍ରହ୍ମପୁରରୁ ଏକ ପିକ୍ଅପ୍ ଭ୍ୟାନ ନେଇ ୨ ଜଣ ଡ୍ରାଇଭର ସୁଧୀର ପ୍ରଧାନ ଓ ରାଜ କୁମାର ସାହୁ ନବରଙ୍ଗପୁର ଅଭିମୁଖେ ଯାଉଥିଲେ। ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଳକ ରେଙ୍ଗାଲପାଲି ମୁଟୁରା ନଦୀ ବ୍ରିଜର ଡିଭାଇଡରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଗାଡ଼ି ଆଗପଟ କ୍ଷତି ହୋଇଥିବାବେଳେ ଗାଡ଼ିରେ ଥିବା ଉଭୟ ଡ୍ରାଇଭରଙ୍କ କୈାଣସି କ୍ଷତି ହୋଇ ନଥିବା ଜଣାପଡିଛି। ଖବର ପାଇ କୋକସରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.