ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଟେମରା ପଞ୍ଚାୟତର ବୋବରିଆ ଗ୍ରାମର ଚାଷ ଜମିର ଏକ ଗଛରୁ ମଙ୍ଗଳବାର ଜଣେ ଯୁବକଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ବୋବରିଆ ଗ୍ରାମର ଦେବରାଜ ମାଝୀ(୪୦) ବୋଲି ଜଣାପଡ଼ିଛି।

ପରିବାର ଲୋକ ସୂଚନା ଅନୁଯାୟୀ, ଦେବରାଜ ଗତ ରାତିରେ ଶୋଇବା ସମୟରେ ଘରୁ ବାହାରି କୁଆଡେ ଚାଲି ଯାଇଥିଲ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ତେବେ ମଙ୍ଗଳବାର ସକାଳେ ଗାଁ ନିକଟସ୍ଥ ଚାଷ ଜମିର ଏକ ଗଛରେ ଦେବରାଜଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ କିଛି ଲୋକେ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସେଠାରେ ପହଞ୍ଚି ଦେବରାଜ ବୋଲି ଚିହ୍ନଟ ପରେ କୋକସରା ଥାନାକୁ ଜଣାଇଥିଲେ। ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ। ଏବଂ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.