ଗାଈ ସହ ପିଟିହୋଇ ବାଇକ୍ ଆରୋହୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା-ଜୟପୁର ୨୬ ନମ୍ୱର ଜାତୀୟ ରାଜପଥ ଆମପାଣି ମେଡିକାଲ ନିକଟରେ ମଙ୍ଗଳବାର ରାତିରେ ଜଣେ ବାଇକ ଆରୋହୀ ଯୁବକ ଗାଈ ସହ ପିଟି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ରିଙ୍କୁ ବାଗ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକ ମନରଞ୍ଜନ ବାଣୁଆ ସହିତ ସାମ୍ବାଦିକ ବିଜୟ କୁମାର ପଣ୍ଡା ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ତୁରନ୍ତ ଆମପାଣି ଥାନାକୁ ଜଣାଇଥିଲେ। ଏହା ପରେ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପୁଲିସ ଭ୍ୟାନରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ହିଁ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.