ବାଲେଶ୍ୱର ଡାପସୁ ପକ୍ଷରୁ ଏଚଆଇଭି ଓ ଏଡସ ସଚେତନତା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ (ଡାପସୁ) ପକ୍ଷରୁ ଆଜି ସ୍ଥାନୀୟ ରେମୁଣା ଡିଗ୍ରୀ କଲେଜ ଠାରେ ଏଚଆଇଭି ଓ ଏଡସ୍ ସଚେତନତା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାକୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ୍ ଜଗଦ୍ଦେବ ଉଦଘାଟନ କରିଥିବା ବେଳେ ଡିଏନଓ (ଡାପ୍ସୁ) ଡ଼. ମନୋଜ କୁମାର ସାହୁ ଓ ଡିପିଏମ (ଡାପସୁ) ଶ୍ରୀମତୀ ରଶ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନେ ଏଚଆଇଭି ଓ ଏଡ୍ସର ଭୟାବହତା ବିଷୟରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏଡସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଚେତନତା ସୃଷ୍ଟି ତଥା ଏକ ସହାୟକ ପରିବେଶ ପ୍ରତିପାଦନ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଇ ଥିଲେ ଏହି ପ୍ରତିଯୋଗୀମାନେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନାଟକ ପ୍ରତିଯୋଗିତାରେ ରେମୁଣା ଡିଗ୍ରୀ କଲେଜ ପ୍ରଥମ ସ୍ଥାନ ଅଧିକାର କରି ୫,୦୦୦ ଟଙ୍କାର ଅର୍ଥରାଶି ସହିତ ପୁରସ୍କୃତ ହୋଇଥିଲେ। ସେହିଭଳି ସୋରସ୍ଥିତ କୁଡେ଼ଇ ମହିଳା କଲେଜ ଦ୍ଵିତୀୟ ସ୍ଥାନ ଅଧିକାର କରି ୩,୦୦୦ ଟଙ୍କାର ଅର୍ଥରାଶିରେ ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ୨,୦୦୦ ଟଙ୍କାର ଅର୍ଥରାଶୀରେ ପୁରସ୍କୃତ ହୋଇଥିଲା। ଉପସ୍ଥିତ ଅତିଥିବୃନ୍ଦଙ୍କ ଦ୍ୱାରା ସମସ୍ତ ପୁରସ୍କୃତ ଦଳଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଯୋଗୀ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡିପିଏମ (ଡାପସୁ) ଶ୍ରୀମତୀ ରଶ୍ମିତା ମହାନ୍ତି ସୁପରିଚାଳନା କରିଥିବା ବେଳେ ପରିଶେଷରେ ରେମୁଣା ଡିଗ୍ରୀ କଲେଜର ଯୁବ ରେଡ କ୍ରସର କାଉନସିଲର ଶ୍ରୀମତୀ ପୁଷ୍ପିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.