ଝାରସୁଗୁଡାରେ କଳାହାଣ୍ଡିର ୮ କରାଟେ ପ୍ରତିଯୋଗୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଝାରସୁଗୁଡା ସ୍ଥିତ ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଡିଏଭି କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୮ ଜଣ କରାଟେ ପ୍ରତିଯୋଗୀ ଝାରସୁଗୁଡା ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ବାଳକ ବିଭାଗର ୧୪ରୁ କମ୍ ବର୍ଷ ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ସୌନକ ସଭଦର୍ଶୀ ସାହୁ ଓ ଆୟୁଷ ଦୁବେ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେସ କୁମାର ମହାଖୁଡ଼ ଓ ଗଙ୍ଗାଧର ମଲ୍ଲିକ ରହିଥିବା ବେଳେ ୧୯ରୁ କମ୍ ବର୍ଷ ବର୍ଗରେ କିରନ୍ ବେମାଲ ରହିଛନ୍ତି। ସେହିପରି ବାଳିକା ବିଭାଗର ୧୪ରୁ କମ୍ ବର୍ଷ ବାଳିକା ବର୍ଗରେ କୁସୁମପ୍ରଭା ମାଝୀ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି।ଏମାନେ ବୁଧବାର ଦିନ ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼, ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ଆମର ଜ୍ୟୋତି ସାହୁ, ଖେଳ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା, ଶିକ୍ଷୟିତ୍ରୀ ବର୍ଷା ସିଂଙ୍କ ସହିତ ଏହି ପ୍ରତିଯୋଗୀମାନେ କ୍ଲଷ୍ଟର ସ୍ତରିୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.