ରୁମକୁ ଝୁମାନାର “ଭଏସ ଅଫ୍ ସମ୍ବଲପୁରୀ ସିଜନ ୱାନ” ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ଟାଉନ ହଲ ଠାରେ ରୁମକୁ ଝୁମାନା ସୁବର୍ଣ୍ଣପୁର ତରଫରୁ ପ୍ରଥମ କରି ସମ୍ବଲପୁରୀ ଗୀତକୁ ନେଇ ଏକ କାର୍ଯକ୍ରମ “ଭଏସ ଅଫ ସମ୍ବଲପୁରୀ ସିଜନ ୱାନ” ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ତଥା ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ସୁବର୍ଣ୍ଣ ସମ୍ବଲ ର ସନ୍ଥ ଶ୍ରୀ ମନୋହର ବାବା ଏବଂ ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷ୍ୟ ପ୍ରହଲ୍ଲାଦ ନାୟକ, ନାରାୟଣ ଲୁହା, ସଂଗ୍ରାମ କେଶରୀ ନାୟକ, ଶ୍ରୀବସ ମଲ୍ଲିକ,ଶାନ୍ତନୁ କୁମ୍ଭକାର, ମେଘନାଦ ପ୍ରଧାନ, ଡ ଜ୍ୟୋତିରଞ୍ଜନ ବହିଦାର, ଡ ପ୍ରଫୁଲ୍ଲ ରଥ, ଶ୍ରଦ୍ଧାଞ୍ଜଳି ମିଶ୍ର, ଅଜୟ ସୁବୁଦ୍ଧି, ଡ ଅନିରୁଦ୍ଧ କୁରକୁରିଆ, ଗୀତାଞ୍ଜଳି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଓଡିଶା ର ବିଭିନ୍ନ ପ୍ରାନ୍ତରୁ ୬୦ ଜଣ ପ୍ରତିଯୋଗୀ ଏଥିରେ ଯୋଗଦାନ କରିଥିଲେ। ଏଥିରେ ସଂଯୋଜକ ଭାବରେ ଭାଗିରଥି ମିଶ୍ର କାର୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ଜନକ ସେଠ ପରିଚୟ ପ୍ରଦାନ କରିଥିଲେ। ଗୀତିକାର ବ୍ରହ୍ମା କୁମ୍ଭାର, ପଦ୍ମ ଲୋଚନ ଦାଶ, ମାନି ଚକ୍ରବର୍ତ୍ତୀ, ତ୍ରିଲୋଚନ ସୁନା, ବିଚାରକ ଡ ବ୍ୟାସଦେବ ପୁରୋହିତ, ରତନ ପୁଜାହାରୀ, ନୁର ବେଗମ, ଶତ୍ରୁଘନ ଲୁହା ମହାଗୁରୁ ଭାବରେ ଯୋଗଦାନ କରିଥିଲେ। ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କଣ୍ଠଶିଳ୍ପୀ ବିଭୁତି ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଗୀତିକାର ଯତୀନ୍ଦ୍ର ପ୍ରଧାନ, ଡ ଜୟଶ୍ରୀ ଧଳ, ଶୁଚିସ୍ମିତା ପୃଷ୍ଟି ସ୍ୱତନ୍ତ୍ର ଅତିଥି ଭାବେ ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ସର୍ବ ମୋଟ ସାତଜଣ ପ୍ରତିଯୋଗୀ ଭାଗିରଥି କୁମ୍ଭାର, ଅଙ୍କିତ ଷଡ଼ଙ୍ଗୀ, ଲିପିକା ସାହୁ, ଦୀପା ନାଗ, ମସ୍ତରାମ ସୁନା, ମହେନ୍ଦ୍ର ମହାନନ୍ଦ, ଶୋଭମ ସୋବି ନାୟକ ଫାଇନାଲିଷ୍ଟ ଭାବେ ବିବେଚିତ ହୋଇଥିଲେ। ଶେଷରେ ଶୋଭମ ସୋବି ନାୟକ ଭଏସ ଅଫ ସମ୍ବଲପୁରୀ ସିଜନ ୱାନର ବିଜେତା ହୋଇଥିଲେ।

ଏଥିରେ କମଲେଶ ଚକ୍ରବର୍ତ୍ତୀ, ତ୍ରିଶୂଳ, ବିସିକେଶନ ଦୀପ,ଅଙ୍କିତ ରାଜ,ସୌଭାଗ୍ୟଲଷ୍ମୀ ଦାଶ ଚୁମକି ପାଢ଼ୀ ପ୍ରମୁଖ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ। ମାନଭଂଜନ ମିଶ୍ର, ବିଶ୍ଵଜୀତ ସାହୁ, ହିମାଂଶୁ ପଣ୍ଡା, ଭକ୍ତ ପ୍ରଧାନ, କୁନୁ ଖାନ, ସସ୍ମିତା ପରମଗୁରୁ, ତନିଶା ଅଗ୍ରୱାଲ, ରିୟା ପାଢ଼ୀ ଉଦ୍ଦଘୋଷକ ଉଦ୍ଦଘୋଷିକା ଭାବେ ଯୋଗଦେଇଥିଲେ। ବିଭୁତି ପଟ୍ଟନାୟକ ଙ୍କ ଗୀତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ଶାଶ୍ୱତଙ୍କ ଏହି ମହତ ଉଦ୍ୟେଶ୍ୟକୁ ଯତୀନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବା ବେଳେ ଏହା ଇତିହାସ ହେଇରହିବ ବୋଲି ରତନ ପୁଜାହାରୀ କହିଥିଲେ ଓ ଆଗାମୀ ବର୍ଷ ମାନଙ୍କରେ ବିଭିନ୍ନ ଜିଲ୍ଲାରେ ଏହା ହେଉ ବୋଲି ମଧ୍ୟ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.