ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୋର୍ଡ ଅଫ ସେକେଣ୍ଡରି ଏଡୁକେସନ ଓଡିଶା ଦ୍ୱାରା ହୋଇଥିବା ଓଟିଇଟି ପରୀକ୍ଷାରେ କିଛି ସମସ୍ୟା ହୋଇଥିଲା। ଯେମିତିକି କିଛି ସେଣ୍ଟର ଳରେ ପ୍ରଶ୍ନ ପତ୍ର ଡେରିରେ ଦିଆ ହୋଇଥିଲା ବେଳେ ଅନ୍ୟ କିଛି ପରୀକ୍ଷା ସେଣ୍ଟରରେ ବର୍ଷା ଯୋଗୁଁ ବିଦ୍ୟୁତ୍ ନ ଥିବାରୁ ଅନ୍ଧାର ହୋଇଥିଲା। ଯାହା ଫଳରେ ପ୍ରଶ୍ନ ପତ୍ର ଠିକରେ ଦେଖା ଯାଉ ନ ଥିଲା। ସେଥିପାଇଁ ରିତେଶ କୁମାର ସାହୁଙ୍କ ନେତୃ୍ତ୍ବରେ ଅନେକ ପରୀକ୍ଷାର୍ଥୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି ଏସବୁ ଅସୁବିଧା ଜଣେଇ ଓଟିଇଟି ପରୀକ୍ଷାରେ ଗ୍ରେସ ମାର୍କ ଓ ବର୍ଷକୁ ଦୁଇଥର ଓଟିଇଟି ପରିକ୍ଷା କରିବା ପାଇଁ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।