ଦେବଗିରି ମଠରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଛି। ମଙ୍ଗଳବାର ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ହୋଇଉଠିଛି ଦେବଗିରି ଅଞ୍ଚଳ। ସୋମବାର ରାତିରେ ଦେବଗିରି ମଠଠାରେ ପାରମ୍ପରିକ ରିତିନିତି ଅନୁସାରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।

ପରମ୍ପରା ଅନୁଯାୟୀ ବ୍ରତ ରଖି ଯାଦବ ରମଣୀମାନେ ରାତିରେ ମଠର ଗର୍ଭଗୃହରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବକୁ ମଠ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ପ୍ରଦୀପ କୁମାର ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡ, ଦେବରାଜ ଗଉଡ, ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ଶିକ୍ଷୟତ୍ରୀ ସରୋଜିନୀ ବଗର୍ତ୍ତି, ପୂର୍ବା ଗଉଡ ପ୍ରମୁଖ ସହଯୋଗ କରିଥିଲେ।

ଏହାସହ ନର୍ଲାର ଜଗନ୍ନାଥ ମନ୍ଦିର ଓ ତ୍ରୀନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ରୁପ୍ରାରୋଡ ଜଗନ୍ନାଥ ମନ୍ଦିର, ମାଣ୍ଡେଲ ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର, ତୁଲାପଡ ଜଗନ୍ନାଥ ମନ୍ଦିର, ସରିଆଁ ଜଗନ୍ନାଥ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତି ସମ୍ପାଦିତ ହୋଇଛି। ନର୍ଲା ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରା ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ ଦ୍ରୋଣାଚାର୍ଯ୍ୟ ସ୍କୁଲ ଆଦିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ଓ ଅନେକ ଘରେ ଜନ୍ମାଷ୍ଟମୀ ବ୍ରତ ପାଳିତ ହୋଇଥିବା ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.