ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ଦେବଗିରି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଜନ୍ମାଷ୍ଟମୀ ଦେଶସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଆଜି ମଙ୍ଗଳବାର ନନ୍ଦୋତ୍ସବ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଦେବଗିରି ବୁଢିପଦର ଅଞ୍ଚଳ। ଯାଦବ ବହୁଳ ଏହି ଅଞ୍ଚଳରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଥାଏ। ସୋମବାର ରାତିରେ ବୁଢିପଦର ସ୍ଥିତ ଦେବଗିରି ମଠରେ ପାଳିତ ହୋଇଥିଲା ଜନ୍ମାଷ୍ଟମୀ। ପରମ୍ପରା ଅନୁକ୍ରମେ ଯାଦବ ରମଣୀମାନେ ବ୍ରତ ରଖି ଦଧିବାମନଜୀଉ ମନ୍ଦିରର ଗର୍ଭଗୃହରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ ଓ ଭକ୍ତ ପୂର୍ବା ଗଉଡ ଭାଗବତ ପାଠ କରିଥିଲେ। ମଙ୍ଗଳବାର ଦେବଗିରି ମଠ ସମେତ ଅଞ୍ଚଳର ଯାଦବ ପରିବାର ମାନଙ୍କରେ ନନ୍ଦୋତ୍ସବ ଧୁମଧାମରେ ପାଳିତ ହେଉଛି। ଛୋଟ ଛୋଟ ଶିଶୁମାନେ କୃଷ୍ଣ ବଳରାମ ବେଶରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.