ସର୍ପାଘାତ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ତରଫରୁ ସର୍ପାଘାତ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବେହେରା ହୋମିଓପାଥି ଚିକିତ୍ସାଳୟର ଡ. ମଲୟ କୁମାର ତାଣ୍ଡି ଯୋଗ ଦେଇ ପିଲାମାନଙ୍କୁ ସାପର ବର୍ଗୀକରଣ କରିବା ସହ ବିଷଧର ସାପକୁ କିପରି ଚିହ୍ନଟ କରିବା, ସାପକାମୁଡ଼ିଥିବା ବ୍ୟକ୍ତିକୁ କିପରି ଭାବେ ଡାକ୍ତରଖାନାକୁ ପ୍ରେରଣ କରି ଜୀବନ ବଞ୍ଚାଇବା ସେ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ଏହା ସହିତ ସାପ କାମୁଡ଼ିଲେ ଗୁଣି ଗାରେଡ଼ି ନକରି ତୁରନ୍ତ ଡାକ୍ତରଖାନାକୁ ନେବା , ବ୍ୟକ୍ତିକୁ ମାନସିକ ଭାବେ ଦୃଢ଼ ହେବା ପାଇଁ ପ୍ରବର୍ତ୍ତାଇବା ବିଷୟରେ ଅବଗତ କରିଥିଲେ। ଏହି ସଚେତନ କାର୍ଯ୍ୟକ୍ରମରେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ଅକ୍ଷୟ କୁମାର ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ବିଦ୍ୟା ଶ୍ରୀ ନିକେତନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ,ଫକିର ଚଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଶି ପରିଚାଳନା କରିଥିବାବେଳେ କ୍ରିଡା ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ଓ ଯୁବ ରେଡକ୍ରସ୍ ର ସ୍ବେଚ୍ଛାସେବୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ସହିତ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.