ଘଣ୍ଟମାଳ ଠାରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟମାଲ ପଞ୍ଚାୟତ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କଳାହାଣ୍ଡି ଓ ସହଭାଗୀ ବିକାଶ ଅଭିଯାନ ନର୍ଲା ପକ୍ଷରୁ ମଙ୍ଗଳବାର କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ସହଭାଗୀ ବିକାଶ ଅଭିଯାନର ସଂଯୋଜକ ସୁକାନ୍ତ କୁମାର ଚାନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଖାଦ୍ୟ ମେଳାରେ ଅଞ୍ଚଳର ବିଭିନ୍ନ ସୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇ ମାଣ୍ଡିଆ, ଗୁର୍ଜି ଆଦିରେ ତିଆରି ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିଥିଲେ।

ସୁସ୍ଥ ଓ ନିରାମୟ ଜୀବନ ଗଠନରେ କ୍ଷୁଦ୍ରଶସ୍ୟର ଭୂମିକା, କ୍ଷୁଦ୍ରଶସ୍ୟ ଆଧୁନିକ ସମାଜ ପାଇଁ ଏକ ବରଦାନ ଆଦି ବିଭିନ୍ନ ବିଷୟରେ ଏଥିରେ ଆଲୋକପାତ କରାଯାଇଥିଲା। ସରକାର ମାଣ୍ଡିଆର ଏମ ଏସପି ମୁଲ୍ୟ କ୍ୟୁଣ୍ଟାଲ ପ୍ରତି ୪୨୯୦ ଟଙ୍କା କରିଛନ୍ତି। ସରକାରୀ ପ୍ରୋତ୍ସାହନ ସହ ଉତ୍ତମ ବଜାର ବ୍ୟବସ୍ଥା ରହିଛି। ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଆଗକୁ ଚାଷୀମାନେ ଅଧିକରୁ ଅଧିକ ପରିମାଣରେ ମାଣ୍ଡିଆ ସହ କ୍ଷୁଦ୍ର ଶସ୍ୟ ଚାଷ କରିବାର ସମୟ ଆସିଯାଇଛି ବୋଲି ସହଭାଗୀ ବିକାଶ ଅଭିଯାନର ସଂଯୋଜକ ସୁକାନ୍ତ କୁମାର ଚାନ୍ଦ ମତ ପ୍ରକାଶ କରିଥିଲେ।

ଏହି ଖାଦ୍ୟ ମେଳାରେ ଅଞ୍ଚଳର ଅନେକ କ୍ଷୁଦ୍ର ଶସ୍ୟ ଚାଷ କରୁଥିବା ଚାଷୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ମିଶନ ଶକ୍ତି ମହିଳା ମାନେ ସାମିଲ ହୋଇଥିଲେ। ସହଭାଗୀ ବିକାଶ ଅଭିଯାନର ସିଆରପି ଥବିର ସାହୁ, ମଧୁସୂଦନ ମାଝୀ, ସୁଦାମ ବେମାଲ, ହରିହର ଭୋଇ, ପିତାମ୍ବର ଗଉଡ, ଗୋପିନାଥ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.