ନର୍ଲା-ଭୁବନେଶ୍ୱର ଓଏସ୍ଆରଟିସି ବସ ସେବା ବନ୍ଦ; ଯାତ୍ରୀ ନିରାଶ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ଦିନରୁ ଦାବୀ ହୋଇ ଆସିଥିବା ରୁପ୍ରାରୋଡ-ରୁପ୍ରା -କର୍ଲାମୁଣ୍ଡା-ବଲାଙ୍ଗିର ଦେଇ ଭୂବନେଶ୍ବର-କଟକକୁ ଏକ ସରକାରୀ ବସ ଚଳାଚଳକୁ ପୂର୍ବତନ ବିଧାୟକ ଭୂପିନ୍ଦର ସିଂହଙ୍କ ତତ୍ତ୍ଵାବଧାନ ରେ ଇଲେକ୍ସନ ପୁର୍ବରୁ ଏସି ଡିଲକ୍ସ ବସ ସେବା ଆରମ୍ଭ କରାଯାଇଥିଲା। ଯାହା ଫଳରେ ସ୍ଥାନୀୟ ଲୋକେ ବସ ଯାତ୍ରା ପାଇଁ ନର୍ଲା ଯିବାକୁ ପଡୁ ନଥିଲା। ଏହି ସେବା ପାଇ ଲୋକେ ବେଶ ଉତ୍ସାହିତ ହୋଇ ଆସୁଥିବା ବେଳେ ଗତ ୧୫ ଦିନରୁ ଉର୍ଦ୍ଧ୍ବ ହୋଇଗଲାଣି ବସ ସେବା ବନ୍ଦ ହୋଇ ଯାଇଛି। ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ବଢିବାରେ ଲାଗିଛି। ଏହି ବସରେ ଯାତ୍ରା ପାଇଁ କେବଳ ଅନଲାଇନରେ ଟିକଟ ଉପଲବ୍ଧ ହେଉନଥିବାରୁ ବସକଣ୍ଡକଟରକୁ ଟିକଟ ପଇସା ଦେଇ ଯାଉଥିବା ବେଳେ ବଲାଙ୍ଗିରରୁ ଲୋକେ ଅନଲାଇନ ଟିକଟ କାଟି ସେହି ଅଫଲାଇନ ସିଟ ନମ୍ବର ମିଳୁଥିଲା ଯାହା ଫଳରେ ଅନଲାଇନ ଓ ଅଫଲାଇନ ଟିକଟ ଯାତ୍ରୀ ମଧ୍ୟରେ ସମସ୍ୟା ଉପୁଜୁ ଥିଲା।

ନର୍ଲାରୁ ବଲାଙ୍ଗିର ୧୦୦ କିଲୋମିଟର ମଧ୍ୟରେ କଳାହାଣ୍ଡିର ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ ରୁପ୍ରାରୋଡ ୮ କିଲୋମିଟର, ରୁପ୍ରା, ପଲମ, ରିଷିଡା, ବେଲଖଣ୍ଡି, କର୍ଲାମୁଣ୍ଡା, ତୁଷୁରା ପଡିଥାଏ ହେଲେ ଏହି ଅଞ୍ଚଳରେ ଓଏସ୍ଆରଟିସି ଏପରେ ମଧ୍ୟ ଟିକଟ ଦେଖାଉ ନଥିବାରୁ ଯାତ୍ରୀ କଣ୍ଡକ୍ଟରଙ୍କୁ ଟିକେଟ ପଇସା ଦେଇ ଯାଉଥିବା ବେଳେ ଗାଡିଟି ଭିଡ ରହୁଥିବାରୁ ହଇରାଣ ହରକତ ହେଉଥିଲେ। କିଛି ଦିନ ହେଲା ଉଭୟ ପଟରୁ ବସ ଆସୁ ନଥିବାରୁ ଯାତ୍ରୀ ମାନେ ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳୁଛି। ଓଏସ୍ଆରଟିସି ଭୁବନେଶ୍ବର ୟୁନିଟର ଡିଜିଏମ ପ୍ରଶାନ୍ତ ହୋତାଙ୍କୁ ପଚାରିବାରୁ ବସ ଖରାପ ହୋଇ ଥିବାରୁ ମରାମତି ପାଇଁ ଯାଇଛି। ଆସିଲେ ପୁଣି ଚାଲିବ ଓ ଅନଲାଇନରେ ରୁପ୍ରାରୋଡ, ରୁପ୍ରା, ପଲମ, ବେଲଖଣ୍ଡି, ରିଷିଡା, କର୍ଲାମୁଣ୍ଡା ଓ ତୁଷୁରାରୁ କିପରି ଯାତ୍ରୀ ମାନେ ଟିକଟ ବୁକିଂ କରିପାରିବେ ତାହାର ମଧ୍ୟ ସମାଧାନ କରିବାକୁ ଚେଷ୍ଟା କରିବା ବୋଲି ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.