ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରୀପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଅଙ୍ଗନୱାଡ଼ି କର୍ମି ମାନଙ୍କୁ ନେଇ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ବିଶ୍ଵନାଥ କହଁର, ବିପିସି ଭୋଳାନାଥ ଦାସ, ଆଇସିଡିଏସ ସୁପରଭାଇଜର ଗୀତା ସାହୁ, ଓଏଲଏମ ନର୍ଲା ସଂଯୋଜକ ସନତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି କେନ୍ଦ୍ର ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କରିଥିଲେ।
ପ୍ରଥମେ ବିଡିଓ ସମସ୍ତଙ୍କୁ ସ୍ବାଗତ କରିବା ସହ ମହିଳା ମାନଙ୍କ ପାଇଁ ରହିଥିବା କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ କେମିତି ଅଧିକରୁ ଅଧିକ ମହିଳା ସାମିଲ ହୋଇ ପାରିବେ ସେଥିପାଇଁ ଯୋଗ୍ୟା ସମସ୍ତ ମହିଳାଙ୍କୁ ସଚେତନ କରିବା ସହିତ ସହଜରେ, ବିନା ମୂଲ୍ୟରେ ଆବେଦନ କାରୀଙ୍କୁ ଫର୍ମ ଯୋଗାଇ ଦେଇ ଆବେଦନ କରିବାର ପ୍ରକ୍ରିୟା ଓ ପ୍ରଣାଳୀ ବିଷୟରେ ସୁନ୍ଦର ଭାବରେ ବୁଝାଇ ମହିଳା ମାନଙ୍କୁ ସଚେତନ କରିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୨୦ ରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ନର୍ଲା ବିଏଲସି ସନତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।