ଗଣ୍ଡପତ୍ରାପାଲିରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଗଣ୍ଡପତ୍ରାପାଲି ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ସଇଁତଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ଏହି ପଞ୍ଚାୟତ ଅଧୀନରେ ଥିବା ଭତାସର ଗାଁ ସାଥି ବଳଦେବ ପାତ୍ର ଓ ସସ୍ମିତା ବୁଡ଼େକ ଉଭୟ ଗାଁରେ ଆଜିକୁ ଦୀର୍ଘ ବର୍ଷ ହେଲା କୋଣସି ମନରେଗା ଯୋଜନାରେ କୋଣସି କାର୍ଯ୍ୟ କରି ନ ଥିବା ଯୋଗୁଁ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି ଏହା ସହିତ ଶିବ ମନ୍ଦିର ପାଖରେ ଥିବା ବନ୍ଧ କୁ (ସର ) ମଧ୍ୟ ସଫାସୁତୁରା କରାଯାଉ ନ ଥିବା ଯୋଗୁଁ ଗ୍ରାମବାସୀ ମହଲ ଅସନ୍ତୋଷ ଦେଖାଦେଇଛି l ଏଣୁ ଗାଁ ସାଥି ଦ୍ୱୟଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

ଫପସି ଗ୍ରାମର ଅଧିକାଂଶ ହିତାଧିକାରୀ ଭୂମିହୀନ ହୋଇଥିବା ବେଳେ କୋଣସି ଜମି ଖଣ୍ଡିଏ ମଧ୍ୟ ନାହିଁ l ଏଣୁ ପ୍ରଶାସନ ତରଫରୁ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଜାଗା ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ଦାବୀ କରିଛନ୍ତି l ଫପସି ଗାଁର ମଞ୍ଜୁ ଭୋଇ, ଏଲିଶିବା ସୁନା ତଥା ଅନେକ ହିତାଧିକାରୀଙ୍କ ଘର ଭାଙ୍ଗି ଯାଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି l ସେହିପରି ଗଣ୍ଡପତ୍ରାପାଲି ଗାଁର ଲୋକେ ମୌଳିକ ସୁବିଧାରେ ବଞ୍ଚିତ ହୋଇଛନ୍ତି l ଏଥିରେ ମୁଖ୍ୟତଃ ଚାଷୀମାନେ ଜମିରେ ଚାଷ କରିବା ପାଇଁ ଜଳସେଚନ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ରାସ୍ତାଘାଟ ସମେତ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡାକ୍ତର ସହ ଷ୍ଟାପ ନର୍ସ ବ୍ୟବସ୍ଥା କରାଯାଉ ଓ ଗାଁରେ ଏକ ଖେଳପଡିଆ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ଗାଈଗୁହାଳ, ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ l ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ସରପଞ୍ଚ ମନୀଷ ସୁନା, ସମିତି ସଭ୍ୟା ଅମ୍ବ୍ରିତା ଦୀପ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ବବିତା ପାତ୍ର, ବିଭାଗର , କାର୍ଯ୍ୟ ନିର୍ବାହୀ ଅଧିକାର ସ୍ୱପ୍ନା ବାଗ ,ବିଏଲସି ଦୁଲଣା ବାଗ , କନିଷ୍ଠ ଯନ୍ତ୍ରୀ ରୋଜାଲିନ ପରିଡା , ଜଳ ପରିମଳ ବିଭାଗର ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ରାଜସ୍ବ ନିରୀକ୍ଷକ ଅଜିତ ସାହୁ, ୱାଟର ସେଟ ବିଭାଗର ପ୍ରଦୁଷ ସାହୁ, ରାଜକୁମାର ଧରୁଆ, ଯୋଗାଣ ବିଭାଗର ଡିଓ ସରୋଜ ସାହୁ ଓ ଜିଆରଏସ ସନ୍ଦୀପ ସିଂ ବାବୁ ଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.