ଓଡ଼ିଆ ବାର୍ତ୍ତା/ ବେଗୁନିଆପଡ଼ା: ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଓ ନନ୍ଦୋତ୍ସବ ଦେଶସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଶ୍ରୀମନ୍ଦିର ସହ ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ପାରମ୍ପରିକ ରିତିନିତି ଅନୁସାରେ ପାଳିତ ହୋଇଯାଇଛି ସନାତନ ସଂସ୍କୃତିର ଏହି ମହାପାର୍ବଣ। ସେହି କ୍ରମରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଚିଙ୍ଗୁଡ଼ିଖୋଲ ଗ୍ରାମରେ ଆଡମ୍ବର ସହକାରେ ପାଳିତ ହେଇଯାଇଛି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ। ଗ୍ରାମବାସୀମାନେ ଏକତ୍ରିତ ହୋଇ ଗ୍ରାମରେ ଅବସ୍ଥିତ ଗୋପୀନାଥଜୀଉଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ।