ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତି ପକ୍ଷରୁ ଜନ୍ମାଷ୍ଟମୀ ଓ‌ ନନ୍ଦୋତ୍ସବ ପାଲିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଠାରେ ଲଡୁ ଗାଁ ଆଞ୍ଚଳିକ ଯୁବ ଯାଦବ ସମିତି ପକ୍ଷରୁ ୨ ଦିନ ଧରି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ‌ପାଳିତ ହୋଇ ଯାଇଛି। ସୋମବାର ଅପରାହ୍ନ ରେ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇ ସ୍ଥାନୀୟ ମନ୍ ଭଙ୍ଗ ସାଗରରୁ ମହିଳାମାନେ ଜଳ ଉଠାଇ ମାଝୀ ପଡ଼ା ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ସୁସଜ୍ଜିତ ହୋଇ ଥିବା ମଣ୍ଡପରେ ଜଳ ନେଇ ସ୍ଥାପନ କରି ପୂଜାର୍ଚନା କରିଥିଲେ ।

କାର୍ଯ୍ୟକ୍ରମରେ ଧର୍ମଗଡ଼ ଜିଲ୍ଲା ପରିଷଦ ଜୋନ ୨ ସଦସ୍ୟ ଶଙ୍କର ଜୁଆଡ, କୋକସରା ବ୍ଲକ ଯାଦବ ସମିତିର ସଭାପତି ବିନୋଦ ରାଉତ, ସମ୍ପାଦକ ଅଲେଖ ଗୋପାଳ, କୋକସରା ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ତ୍ରିନାଥ ବାଗ , ଶରତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନଗର ପରିକ୍ରମା ରେ ସାମିଲ ହୋଇଥିଲେ ।‌ ଏହି ନଗର ପରିକ୍ରମା ଶୋଭା ଯାତ୍ରା ରେ କୋକସରା ରୁ ଆସି ଥିବା ଘଣ୍ଟବଜା, ସୁନାମାଲ ରୁ ପ୍ରେମ କୀର୍ତ୍ତନ ଦଳ ଓ ସ୍ଥାନୀୟ ମାଝୀ ପଡ଼ା ରୁ ଆସିଥିବା ବେଣ୍ଡ ପାର୍ଟି, ଡି ଜେ ବାଜା ତାଳେ ତାଳେ ମହିଳା ପୁରୁଷ ଶ୍ରୀ କୃଷ୍ଣ ପ୍ରେମୀ ନୃତ୍ୟ ପରିବେଷଣ କରିଥିଲେ ।

ସୋମବାର ରାତିରେ ଜନ୍ମାଷ୍ଟମୀ ପୂଜା ପାଳନ ହୋଇଥିଲା । ଅଶ୍ୱନି ରାଉତ ଓ ପତ୍ନୀ ସଞ୍ଜୁ ରାଉତ ପୂଜାକର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ମଞ୍ଜନ ମୁଣ୍ଡ ପୂଜକ ଦାୟିତ୍ଵ ତୁଲାଇ ଥିଲେ । ଲଡୁଗାଁ ଆଞ୍ଚଳିକ ଯାଦବ ମହାସଭା ସଭାପତି ପଦ୍ମନ ବାଗ, ମାଝୀ ଗୁଡା ଆଞ୍ଚଳିକ ଯାଦବ ସମିତିର ସଭାପତି ମୁକ୍ତେଶ୍ଵର ପୁଞ୍ଜି ପୂଜା କମିଟିର ସଭାପତି ଗିରିଧାରୀ ଯୁଏଡ, ମକର ବଛା, ଜିତୁ ବଛା, ଅନିଲ ରାଉତ, ରାକେଶ ରାଉତ, ମଦନ ବାଗ, ଋଶ୍ୟ ଶୃଙ୍ଗ ଜାଳ, କୁରୁକ୍ଷେତ୍ର ନାଗ, ରାଜ ନାଗ, ଦୂର୍ଯ୍ୟଧନ ତାଣ୍ଡି, ପିତାମ୍ବର ବାଗ, ଭୁବନେ ବାଗ, କିଶୋର ନାଗ, ଦୁର୍ଜନ ନାଗ, ରୂପଧର ନାଗ, ଦୁଷ୍ମନ୍ତ ବାଗ ପ୍ରମୁଖ ସହ ଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.