ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଅନୁଷ୍ଠିତ ହେଲା ଜାତୀୟ କ୍ରୀଡା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଗୁରୁବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ସକାଳ ୭ଟା ସମୟରେ ଭୀମପୁରାସ୍ଥିତ କ୍ରୀଡା ଛାତ୍ରାବାସ ପଡିଆ ଠାରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଉପସ୍ଥିତିରେ ଏକ ସାମୁହିକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅନ୍ୟତମ ଅତିଥି ଭାବେ ଜାତୀୟ ଭଲିବଲ ଖେଳାଳି ତଥା ଯୁଗ୍ମ ସମ୍ପାଦକ, ବାଲେଶ୍ୱର ଆଥଲେଟିକ ଆସୋସିଏସିଆନ ଶ୍ରୀ ଜଗଦୀଶ ଚନ୍ଦ୍ର ବେହେରା ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଶିବିର ପ୍ରାରମ୍ଭରେ ସାଧାରଣ ସଭାରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଭାରତର କ୍ରୀଡ଼ା ବିଶେଷ ଭାବେ ହକି ଖେଳର ସ୍ୱର୍ଣ୍ଣିମ ଇତିହାସରେ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କ୍ରୀଡ଼ା ସୁସ୍ଥ ଶରୀର ଓ ସୁସ୍ଥ ମନ ବିକଶିତ କରିବା ସହ ଶୃଙ୍ଖଳା ଜ୍ଞାନ, ସମୟାନୁବର୍ତ୍ତିତା, ଦଳଗତ ସମନ୍ୱୟନ ଓ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତିବଦ୍ଧତା ଶିଖାଇଥାଏ ବୋଲି କହିବା ସହ ଦୈନନ୍ଦିନ ଜୀବନରେ ଅନ୍ତତଃପକ୍ଷେ କୌଣସି ଏକ ଖେଳକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ପରିଶେଷରେ ଶପଥପାଠ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହି ଭଳି ଅପରାହ୍ନ ୩.୩୦ରେ କ୍ରୀଡା ଛାତ୍ରାବାସ ଓ ଭେଟେରାନ୍ କ୍ରୀଡା ଦଳ ମଧ୍ୟରେ ଏକ ଭଲିବଲ ମ୍ୟାଚର ଆୟୋଜନ କରାଯାଇଥିଲା। ଏଥିରେ ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.