ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଜାତୀୟ କ୍ରୀଡା ଦିବସ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ହକି ତାରକା ମେଜର ଧ୍ୟାନଚାନ୍ଦ ସିଂଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏକ ଦୁଇଦିନିଆ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇ ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବକୁ ଆରମ୍ଭ କରାଯାଇଥିଲା।

Omkar Vasthu
Omkar Vasthu

ଉଦଘାଟନୀ ଉତ୍ସବରେ କୁଳପତି ପ୍ରଫେସର ତ୍ରିପାଠୀ, ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ
ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳି ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। କ୍ରୀଡ଼ାର ପ୍ରୋତ୍ସାହନକୁ ଜାରି ରଖିବା, ତଥା ଏହାକୁ ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ସମାଜ ପାଇଁ ସମର୍ପଣ ଭାବନା ସହ ଖେଳିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମେଜର ଧ୍ୟାନଚାନ୍ଦ ସିଂଙ୍କ ଜନ୍ମଦିନରେ ପାଳିତ ଏହି ଦିବସର ସ୍ବାତନ୍ତ୍ର୍ଯ ଉଲ୍ଲେଖ କରି କୁଳପତି ପ୍ରଫେସର ତ୍ରିପାଠୀ ଉଲ୍ଲେଖ କରିଥିଲେ ଯେ, ସେ ଭାରତର ଜଣେ କିମ୍ବଦନ୍ତୀ ହକି ଖେଳାଳି ଥିଲେ ଯାହାଙ୍କ ଯୋଗୁଁ ୧୯୨୮, ୧୯୩୨ ଏବଂ ୧୯୩୬ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଖେଳୁଆଡ ମନୋଭାବ ନେଇ ଖେଳିବା ଓ ଖେଳକୁ ସମ୍ମାନ ଦେଇ ହାରିବା ଜିତିବା ଭୂଲି ଖେଳିବା ପାଇଁ ଉତ୍ସାହିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ରଫେସର ପବିତ୍ରମୋହନ ନାୟକ ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବ ସଂପର୍କିତ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ଆଠଟି ମହାବିଦ୍ୟାଳୟର ଖେଳାଳିମାନଙ୍କୁ ନେଇ କ୍ରିକେଟ, ଭଲିବଲ, ୱାକିଙ୍ଗ ରେସ୍, ବ୍ୟାଡ଼ମିଟନ, ପ୍ଲାକ ପ୍ରତିଯୋଗିତା ଓ ଅନ୍ଯାନ୍ଯ ଖେଳ ଅନୁଷ୍ଠିତ ହେବ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଖେଳାଳିଙ୍କ ମନୋବଳ ବଢ଼ାଇ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ବିଶ୍ବବିଦ୍ୟାଳୟର ପିଇଓ ସଂଗ୍ରାମ ବିଶୋଇ, ସହ ନିର୍ଦ୍ଦେଶକ ଅମିତ କୁମାର ଶର୍ମା ଓ ଭାଇସ ପ୍ରେସିଡେଣ୍ଟ ଡ଼କ୍ଟର ସଚ୍ଚିଦାନନ୍ଦ ସାଙ୍କ ତତ୍ତ୍ଵାବଧାନରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ସଂପାଦିତ ହେବାର ସୂଚୀତ କରାଯାଇଛି। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଜିନା ପ୍ରିୟଙ୍କା ଜେଠୀ ସଂଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.