ଏନଏସିର କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ବସ୍ତ୍ର ବଣ୍ଟନ କଲେ ଅଧ୍ୟକ୍ଷା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିର ବୈଠକ ଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନାଙ୍କ ଅଧ୍ୟକ୍ଷତାରେ ଏନଏସିରେ କାର୍ଯ୍ୟରତ ମହିଳା କର୍ମଚାରୀ ସ୍ୱଚ୍ଛ ସାଥି, ଜଳ ସାଥି, ବର୍ଜ୍ୟବସ୍ତୁ ପ୍ଲାଣ୍ଟର କର୍ମଚାରୀ,ଏସିଟିପି ପ୍ଲାଣ୍ଟର ମହିଳା କର୍ମଚାରୀ, ସେହିପରି ସହରର ସଫେଇ ମହିଳା କର୍ମଚାରୀ ମାନଙ୍କୁ ଶାଢ଼ୀବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହିଳା କର୍ମଚାରୀ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ l ଏଥିରେ ପରିଷଦର କାଉନସିଲର ଡ଼କ୍ଟର ଅଶୋକ କୁମାର ମହାଙ୍କୁଡ, ଅରୁଣ କୁମାର ମହାଙ୍କୁଡ, ସୁଦଷ୍ଣା ବେହେରା ଉପସ୍ଥିତ ଥିଲେ l ଏନଏସି ସହରୀ ମିଶନ ପ୍ରବନ୍ଧକ ଶ୍ରଦ୍ଧାଞ୍ଜଳି ନାୟକ, ଯନ୍ତ୍ରୀ ପବିତ୍ରା ପ୍ରଧାନ, ଗୋଷ୍ଠୀ ସଂଗଠିକା ରଞ୍ଜିତା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.