ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଇମ୍ପାକ୍ଟ ପ୍ଲେୟାର ଓ ଗୋଟିଏ ଓଭରରେ ୨ଟି ବାଉନ୍ସର ନିୟମ ଲାଗୁ କରିବା ଉପରେ ରିଭ୍ୟୁ କରିବାକୁ ଯାଉଛି । ଏହି ଦୁଇ ନିୟମ ଆଇପିଏଲ ଓ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହୋଇଥିଲା । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମର ବ୍ୟବହାର ହେଉ ନାହିଁ । ଏବେ ରାଜ୍ୟ ଆସୋସିଏଶନଗୁଡିକ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଆଗାମୀ ଘରୋଇ କ୍ରିକେଟରେ ଏହାକୁ ଲାଗୁ କରିବା ପାଇଁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ବିସିସିଆଇ ସମୀକ୍ଷା ପରେ ଯାହା କିଛି ଚୂଡାcନ୍ତ ହେବ । ୩ ସପ୍ତାହ ତଳେ ବିସିସିଆଇ ଘରୋଇ କ୍ରିକେଟ ପାଇଁ କେତେକ ନିୟମ ଜାରୀ କରିଥିଲା ।