ସଇଁତଲାରେ ବିଜେଡିର ଜନ ସଚେତନତା ସଭା

ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଲେ -ସୁରେନ୍ଦ୍ର ସିଂଭୋଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଜନ ଜାଗରଣ ପ୍ରତିସଭା ଆୟୋଜିତ ହୋଇଛି। ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋହନ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବିଜୁ ଜନତା ଦଳର ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ସରକାର ନିର୍ବାଚନ ସମୟରେ ଦେଇଥିବା ଭତ୍ତା ଟଙ୍କା ବୃଦ୍ଧି କରାଯିବ, ୩୦୦ ୟୁନିଟ ବିଦ୍ୟୁତ ସେବାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କୁ ଭୁଆଁବୁଲାଇ ଭୋଟ ହାତେଇଛି ବୋଲି ପ୍ରତିବାଦ ସଭାରେ ଅତିଥିମାନେ ସମାଲୋଚନା କରିଥିଲେ।

Omkar Vasthu
Omkar Vasthu

ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଗାମୀ ଦିନରେ ବିଜେପି କର୍ମୀମାନଙ୍କୁ ବ୍ଲକ ତଥା ଗାଁକୁ ମନା ବୋଲି ଉପସ୍ଥିତ କର୍ମୀମାନଙ୍କୁ ସଚେତନତା ରହିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ପ୍ରମୋଦ ଭୋଇ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ପୂର୍ବତନ ସମିତି ସଭ୍ୟ ସୁବାଷ ବୁଡ଼େକ, ସମିତି ସଭ୍ୟା ଅମ୍ରିତା ଦୀପ, ସରୋଜିନୀ ବିଭାର, ଶଶୀ ମହାଲିଙ୍ଗ, ଗୀତାଞ୍ଜଳି ଖଣ୍ଡଗିରି, ଶୋଭା ଧରୁଆ, ବନିତା ସାହୁ, ମାମି ରଣା, ଦହି ଭୋଇ, ଆରତୀ ସେଠ, ମହିଳା ସଭାନେତ୍ରୀ ଦୀପାଞ୍ଜଳି ବାରିକ, ଯୁବ ସଂଗଠକ ଅମିତ ରଥ, ଆଲୋକ ବୁଡ଼େକ, ସୁବ୍ରତ ବେହେରା, ସରପଞ୍ଚ ଗଜପତି ସାହୁ , ସରପଞ୍ଚ ପ୍ରତିନିଧି ପ୍ରଦୀପ ବାଗ, ଚମ୍ପୁ ସେଠ, ବ୍ଲକ ଯୁବ ବିଜେଡି ଭୈରବ ସାହୁ, ଦିଲୀପ ରାଜପଲିଆ, ବଜରଙ୍ଗ ଜୈନଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇଙ୍କ ତତ୍ତ୍ୱବଧାନରେ ପିଏସଆଇ ରାଜେଶ ବେହେରା, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ବେଲଗାଁ ଫାଣ୍ଡି ଅଧିକାରୀ ଜୀବର୍ଦ୍ଧନ ମେହେର, ଏଏସଆଇ ଥବିର ମହାରଣା, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.