ସନ୍ତୋଷ କରଙ୍କୁ ଏସବିଆଇ ଆରଏମଙ୍କ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ଶିକ୍ଷକ ପୁରସ୍କାର ପାଇବା ପାଇଁ କେନ୍ଦ୍ରୀୟ କମିଟି ତରଫରୁ ମନୋନୀତ ହୋଇଛନ୍ତି। ତାଙ୍କୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବେ। ଏହାକୁ ନେଇ ନର୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Omkar Vasthu
Omkar Vasthu

ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଳେ ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଭବାନୀପାଟଣା ଆଞ୍ଚଳିକ ଶାଖା ପ୍ରବନ୍ଧକ ଗଙ୍ଗାଧର ପଟ୍ଟନାୟକ, ମୁଖ୍ୟ ପ୍ରବନ୍ଧକ ସୁରେନ୍ଦ୍ର କୁମାର ଜାଲ, ନର୍ଲା ଶାଖା ପରିଚାଳକ ସୌମ୍ୟକାନ୍ତ ସ୍ୱାଇଁ ପ୍ରମୁଖ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲକୁ ଆସି ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସନ୍ତୋଷ ସାରଙ୍କ ଛାତ୍ରଛାତ୍ରୀ ମାନେ ସନ୍ତୋଷ ସାରଙ୍କ ଭଳି ବିଦ୍ୟାଳୟର ତଥା ଅଞ୍ଚଳ ପାଇଁ ଗୌରବ ଆଣନ୍ତୁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସନ୍ତୋଷ କର ସାର ଆଜି ଜଣେ ଉତ୍ତମ ଶିକ୍ଷକ ଭାବରେ ଗୁରୁ ଦିବସରେ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବେ। ଏହାଠୁ ବଳି ଗୌରବର ବିଷୟ କଣ ହୋଇପାରେ। ଆମେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଚ୍ଛୁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଇତ୍ୟବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ, ସଂସ୍କୃତ ଶିକ୍ଷକ ସୁବାଷ ବରାଡ଼, ଶାରୀରିକ ଶିକ୍ଷକ ନାରାୟଣ ପଧାନ, ବରିଷ୍ଠ କର୍ମଚାରୀ ଚକ୍ରଧର ସା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.