ତାମିଲନାଡୁରେ ଲାଞ୍ଜିଗଡ଼ର ଦାଦନ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ତାମିଲନାଡୁର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇଥିବା ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତର ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ସେଠାରେ ମୃତ୍ୟୁ ଘଟିଛି। ସହଦେବ ହରିଜନ ଗତବର୍ଷ ଅଗଷ୍ଟ ମାସରେ ତାମିଲନାଡୁ ତ୍ରିପୁରକୁ ଏକ ଘରୋଇ ବିଜୟବ୍ଲୁଇ ମେଟାଲ କ୍ରସର କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଗତ ଗୁରୁବାରରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଏହି ଖବର ପାଇ ଭାଙ୍ଗି ପଡିଛନ୍ତି। ତେବେ ସ୍ୱାମୀର ଶବ ଶରୀର ଦେଖିବାକୁ ଚାହିଁ ରହିଛନ୍ତି ସ୍ତ୍ରୀ ଇସପରି ହରିଜନ ଓ ଏକ ବର୍ଷ ପୁଅ ଲୋକନାଥ। ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ହୋଇ ଥିବାରୁ ପରିବାର ଲୋକେ ଶବ ଆଣିବାକୁ ଅସମର୍ଥ ହୋଇଥିବା ଯୋଗୁଁ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଥିଲେ।

Omkar Vasthu
Omkar Vasthu

ସେଠାରୁ ଶ୍ରମ ବିଭାଗ ଅଧିକାରୀ ତାମିଲନାଡୁ କ୍ରସର ମାଲିକଙ୍କୁ ଫୋନରେ ଯୋଗାଯୋଗ କରି ଶବ ଆଣିବାର ବ୍ୟବସ୍ଥା କରି ଥିବା ବେଳେ ସହଦେବଙ୍କ ମାମୁଁ ପୁଅ ସର୍ଜନ ସୁନା ମଧ୍ୟ୍ୟ କେରଳରେ କାମ କରୁଥିଲେ। ସେ ଖବର ପାଇ ଶବ ଆଣିବାକୁ ଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତିି। ପରିବାରଙ୍କ କହିବା ଅନୁସାରେ ସୋମବାର ପର୍ଯ୍ୟନ୍ତ ଗାଁକୁ ଶବ ପହଞ୍ଚିବ। ତେବେ ସହଦେବଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ଇସପରି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.