ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି। ପ୍ରାଧ୍ୟାପକ ତଥା ସୁସାହିତ୍ୟିକ ଲିଙ୍ଗରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ ମୁଖ୍ୟ ଅତିଥି, ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ ଗୋଳାମୁଣ୍ଡାର ପ୍ରାଧ୍ୟାପକ ଗୋବିନ୍ଦ ସାହୁ ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ସରୋଜ ପଣ୍ଡା, ଅଶୋକ ବେହେରା, ଅଧ୍ୟାପକ ଲିପୁଚନ୍ଦ୍ର ସାହୁ, ଗ୍ରନ୍ଥାଗାରିକ ସରୋଜ ଯୋଷୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଛାତ୍ର ହିମାଂଶୁ ଭୈସାଲ କବିଙ୍କ ରଚିତ ‘ବିଶ୍ୱ ଦେଖ ମଧୁମୟ’ ଓ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବାଗ ଅଧ୍ୟାପକ ସଦୟ ପଧାନ ଦ୍ୱାରା କବିଙ୍କ ଉଦ୍ଦେଶ୍ୟରେ ରଚିତ ଗୀତ ଗାନ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଓ ଜୀବନର ଅପୂର୍ବ ସମନ୍ୱୟକୁ ଦେଖିଲେ ସେ ସତ୍ୟ, ଶିବ, ସୁନ୍ଦର ତଥା ଅମୃତ ଓ ଆଲୋକର କବି ଭାବରେ ପ୍ରତୀୟମାନ ହୁଅନ୍ତି ଏବଂ ମାନବବାଦର ପ୍ରଚାରକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଓଡ଼ିଆ ବିଭାଗ ମୁଖ୍ୟ ଗଣପତି ବାଗ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ଚୁଡ଼ାମଣି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପକ, ସଦୟ ପଧାନ, ଦୀନବନ୍ଧୁ ବାଗ, ଅଧ୍ୟାପିକା ବିଥିକା ଠାକୁର, ରୋଜାଲିନୀ ମୁଣ୍ଡ, ନିବେଦିତା ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.