ଅବସର ନେବା ଦିନ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ମହତ କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ କ୍ଲଷ୍ଟର ଅଧୀନସ୍ଥ କେରୋକୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇଯାଇଛି।ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦାୟୀ ଶିକ୍ଷକ ଶ୍ରୀ ଦାସଙ୍କ କରକମଳରେ ଖୁସି ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଆମଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶକ୍ତିଶ୍ୱର ନିଆଲ, ସମ୍ମାନୀୟ ଅତିଥି ଭାବରେ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପଦ୍ମନ ମହାରଣା, ମୁରଲି ନିହାଲ, ଜିତାମିତ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ବାଗ ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷକଙ୍କ ଅସାଧାରଣ କାର୍ଯ୍ୟ, ଦକ୍ଷତାଭରା ପାରଦର୍ଶିତାପୂର୍ଣ୍ଣ ଜୀବନ ସମ୍ପର୍କରେ ନିଜନିଜ ବକ୍ତବ୍ୟ ପ୍ରଧାନ କରିଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଭୁବନହରି ପ୍ରଧାନ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ସମସ୍ତ କାର୍ଯ୍ୟର ଆୟୋଜନ କରିଥିଲେ। ନିଜ ବକ୍ତବ୍ୟରେ ବିଦାୟୀ ପ୍ରଧାନଶିକ୍ଷକ ଆଗାମୀ ଭବିଷ୍ୟତ ସହ ସମସ୍ତ ଶିଶୁଙ୍କ ଶୁଭ କାମନା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ତରଫରୁ ହସ୍ତାକ୍ଷର ଖାତା ଓ କଲମ ବଣ୍ଟନ କରିଥିଲେ। ବରିଷ୍ଠ ଶିକ୍ଷକ ଭୁଜବଳ କେତକୀ ସଭକାର୍ଯ୍ୟ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରବତ୍ସଳ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଦାସଙ୍କ ଏଭଳି ସହୃଦୟ ସମର୍ପଣ ସେବା ସମଗ୍ର ଅଂଚଳରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.