ଠିକାଦାର ଶିବ ଦାସଙ୍କ ହତ୍ୟାପରେ ଅଧପନ୍ତରିଆ ହୋଇପଡିଛି ବେନଗାଁ-ଲାଞ୍ଜିଗଡ଼ ରାସ୍ତା କାମ

ଲାଞ୍ଜିଗଡ଼,୮/୭ : ବେନଗାଁ ଠାରୁ ଲାଞ୍ଜିଗଡ଼ ୧୬କିମି ରାସ୍ତା ଟେଣ୍ଡର ପାଇଥିବା ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଶିବ ଶଙ୍କର ଦାସଙ୍କୁ ବେନଗାଁ ନିକଟସ୍ଥ ପାଜିବାହାଲି ଠାରେ ମାଓବାଦୀମାନେ ହତ୍ୟା କରିବା ପରେ ନକ୍ସଲ ଭୟରେ ବ୍ଲକରେ ସମସ୍ତ ରାସ୍ତା କାମ ବନ୍ଦ ହୋଇଯାଇଥିଲା । କିନ୍ତୁ କିଛିଦିନ ପରେ କିଛି ଅଂଚଳରେ କାମ ଆରମ୍ଭ ହୋଇଥିଲା। ତେବେ ଶ୍ରୀ ଦାସଙ୍କ ହତ୍ୟାପରେ ବେନଗାଁ ଠାରୁ ଲାଞ୍ଜିଗଡ଼ ରାସ୍ତା କାମ ସେହି ଦିନ ଠାରୁ ବନ୍ଦ ପଡିଛି। ମାଟି ଓ ମୁରୁମ ଫିଲିଂ ପରେ ଏହି ରାସ୍ତା କାମ ବନ୍ଦ ପଡ଼ିରହିଥିବା ବେଳେ ପ୍ରାୟ ୮କୋଟି ଟଙ୍କା ବ୍ୟୟ ଅଟକଳ ଖର୍ଚ୍ଚ ହୋଇ ନ ପାରି ପଡିରହିଥିଲା। ବର୍ତ୍ତମାନ ବର୍ଷାରେ ଏହି ରାସ୍ତା ଧୋଇ ଯାଉଛି। ଫଳରେ ଯାତାୟତ ପାଇଁ ଅନୁପଯୁକ୍ତ ହୋଇପଡିଛି। ଜଣେ ଠିକାଦାରଙ୍କ ହତ୍ୟାପରେ ଅନ୍ୟ ଟେଣ୍ଡର କିମ୍ବା କାମ ହୋଇଥିବା ଅନୁସାରେ ବିଲିଙ୍ଗ କରିବା ବ୍ୟବସ୍ଥା ଥିଲେହେଁ ଆଜିଯାଏ ଏଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିରବ ରହିଛି। କଳାହାଣ୍ଡି ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକକୁ ଦେଶ ସ୍ବାଧିନ ହେବାପରେ ପ୍ରଥମ ଥର ରାସ୍ତା ନିର୍ମାଣ ପାଇଁ ସର୍ବାଧିକ ପରିମାଣରେ ଆର୍ଥିକ ଅନୁଦାନ ଆସିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୩୬ଟି ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ସଡକ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ (ନିଲେଶ) ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.