ଅଢେଇ ବର୍ଷ ହେଲା ଠିଆ ହୋଇଛି ଟ୍ରାନ୍ସଫର୍ମର କିନ୍ତୁ ବିଜୁଳି ନାହିଁ 

ବିପିଏଲ ବିଦ୍ୟୁତ ସଂଯୋଗ ପ୍ରହସନ

ଲାଞ୍ଜିଗଡ଼,୮/୭ : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଜୁଳି ଯୋଗାଇଦେବା ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ତେବେ ବିଭାଗିୟ ପଦାଧିକାରୀ ମାନଙ୍କ ଅବହେଳା ପାଇଁ କେତେକ ସ୍ଥାନରେ ଏହା ଲୋକଙ୍କ କାମରେ ଆସିନଥିବା ଅଭିଯୋଗ ହେଉଛି । ଅଢେଇ ବର୍ଷ ହେଲା ଟ୍ରାନ୍ସଫରମର ବସିବା ସତ୍ବେ ଗରିବ ପରିବାର ମାନଙ୍କ ପାଖକୁ ପହଞ୍ଚି ପାରୁନି ବିଜୁଳି । ଏପରି ଏକ ଦୃଷ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ବସ୍ତିର କଲୋନୀ ପଡ଼ା ଓ ଶାନ୍ତି ନଗର ପଡ଼ା ଠାରେ । ପ୍ରାପ୍ତ ସୂଚନା ଆଧାରରେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲାଞ୍ଜିଗଡ଼ର ଏହି ଦୁଇଟି ପଡ଼ାରେ ବିପିଏଲ ପରିବାରକୁ ବିଦ୍ୟୁତ ଯୋଗାଣ କରିବାକୁ ଦୁଇ ଗୋଟି ଟ୍ରାନ୍ସଫର୍ମର ବସାଯାଇଥିଲା। ଇତି ମଧ୍ୟରେ ପ୍ରାୟ ଆଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିନାହିଁ। ସେହିପରି ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ବାଢନ୍ତି ସ୍ଥାନୀୟ ବାସିନ୍ଧା । ଇଲେକ୍ଟ୍ରି ପୋଲ ବସାଇବା ସମୟରେ ପୋଲ ତଳେ କଂକ୍ରିଟ ନହେବା ଯୋଗୁଁ ପୋଲ ଢାଳି ହୋଇ ଯାଇଛି। ନିମ୍ନ ମାନର କାମଯୋଗୁଁ ତାର ସବୁ ଛିଣ୍ଡିବାରେ ଲାଗିଲାଣି।ଫଳରେ ଲାଞ୍ଜିଗଡ଼ ବିପିଏଲ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଦୁଇ ପଡ଼ାରେ ପ୍ରାୟ ଦୁଇ ଶହ ବିପିଏଲ ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ଗରିବ ଶ୍ରେଣୀର।ପ୍ରତିଦିନ କୁଳି, ମଜୁରୀ କାମ କରି ପରିବାର ଚଳାଉଥାନ୍ତି। ଦୀର୍ଘ ବର୍ଷ ପରେ ବି ଏଠାକାର ବିପିଏଲ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନ ଥିଲା।ଯାହାକୁ ନେଇ ଗ୍ରାମର ବିପିଏଲ ପରିବାରର ଲୋକ ପ୍ରତିନିଧି, ରାଜନେତା ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବ ପ୍ରକାଶ କରନ୍ତି ଏହି ଦୁଇ ପଡାବାସୀ । ଏନେଇ ଲାଞ୍ଜିଗଡ଼ ବ୍ଲକ ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ବିଭୁତି ଭୂଷଣ ଦାସଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ସୁଇଜଅପ ଯୋଗୁଁ ସମ୍ଭବ ହୋଇ ପାରିନଥିଲା। ଏଦିଗରେ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରାଇବାକୁ  ସାଧାରଣରେ ଦାବି ହେଉଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.