କୁଚା ଗାଁ ଆଞ୍ଚଳିକ ସାଧନ କେନ୍ଦ୍ରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ କୁଚା ଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର କୁଚା ଗାଁ ସଂଯୋଜକ ଅନନ୍ତ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଗୁନ ଭାଡିର ପ୍ରଧାନ ଶିକ୍ଷକ ଦିବାକର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଉପଦେଷ୍ଟା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କଳାହାଣ୍ଡି ଗଣେଶ ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ବିଭାଗୀୟ ଅଧିକାରୀ ଶୋଭାରାମ ଜାଲ, ଜୟପାଟଣା ବ୍ଲକ ଶିକ୍ଷକ ସଂଘର ସଂପାଦକ ଲଲିତ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଝୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ମେଳି ଜୟସିଂହ ବାଗ, ଗଣ୍ଡପଡା ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାହୁ, କୁଚା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପଣ୍ଡା, ରସଡୁମେରର ପ୍ରଧାନ ଶିକ୍ଷକ ଶେଷଦେବ ମୁଣ୍ଡଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ସିଆରସିସି ବ୍ଳକର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଗ୍ରାମର ବହୁ ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଥିବା ବେଳେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସଭା ଶେଷରେ ଶିକ୍ଷକ ଶୁଭେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.