ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀଙ୍କ ସଫେଇ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ମହାବିଦ୍ୟାଳୟ ପରିସରରେ ବିକ୍ଷିପ୍ତ ଭାବରେ ପଡ଼ିରହିଥିବା ଆବର୍ଜନା, ବିଶେଷତଃ ପ୍ଲାଷ୍ଟିକ ଗ୍ଲାସ ଓ ପାଣି ବୋତଲକୁ ସ୍ୱେଚ୍ଛାସେବୀମାନେ ଏକତ୍ର କରି ଗୋଟିଏ ବଡ଼ ପଲିଥିନରେ ପୁରାଇ ପ୍ଲାଷ୍ଟିକ ଗୋଟାଳି ମାନଙ୍କୁ ଦେବା ପାଇଁ ରଖିଛନ୍ତି।

Omkar Vasthu
Omkar Vasthu

ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ବରେ ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ସଫେଇ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ଲାଷ୍ଟିକ ପରିବେଶ ପ୍ରତିକୂଳ କିନ୍ତୁ ପୁନଃ ବ୍ୟବହାର ଉପଯୋଗୀ ହୋଇଥିବାରୁ ଏକତ୍ର କରାଯାଇଥିବା ବୋତଲ ସବୁକୁ ପ୍ଲାଷ୍ଟିକ ଗୋଟାଳିଙ୍କୁ ଡାକି ଦିଆଯିବ ବୋଲି ଅଧ୍ୟାପକ ବାଗ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.