ରୁପ୍ରାରୋଡରେ ଦାଦି ରାନୀ ସତୀ ମଙ୍ଗଳ ପାଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାଦ୍ରବ ମାସ ଅମାବାସ୍ୟା ତିଥିରେ ଦେଶସାରା ଦାଦି ରାନୀ ସତୀ ମଙ୍ଗଳ ପାଠ ଚାଲିଛି। ଏହି କ୍ରମରେ ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ସ୍ଥିତ ଦେବସରଧାମ ମନ୍ଦିର ପରିସରରେ ସ୍ଥାନୀୟ ମହିଳାଙ୍କ ମିଳିତ ସହଯୋଗରେ ବଡ଼ ଧୁମଧାମରେ ଦାଦି ରାନୀ ସତୀ ମଙ୍ଗଳ ପାଠ ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

ଏଥିରେ ପଣ୍ଡିତ ଅବିନାଶ ପାଣ୍ଡେ ପୂଜକ ରୁପେ ପୂଜା କାର୍ଯ୍ୟ ତୁଲାଇଥିବାବେଳେ କଣ୍ଟାବାଞ୍ଜିର ମନିଷ ଶର୍ମା, ଟିଙ୍କୁ ସୋନି ଓ ତାଙ୍କ ଦଳଙ୍କ ଦ୍ୱାରା ପ୍ରବଚନ ସହିତ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରୁପ୍ରାରୋଡ ବସ୍ତିର ଶତାଧିକ ମହିଳାଙ୍କ ସମେତ ମ.ରାମପୁର, ନର୍ଲା, କଣ୍ଟାବାଞ୍ଜି, କେସିଙ୍ଗା, ଟିଟିଲାଗଡ, ଭବାନୀପାଟଣା, ଜୁନାଗଡ଼, ରାୟପୁର, ବଲାଙ୍ଗିର, ଜୟପାଟଣାର ଶତାଧିକ ମହିଳା ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସସ୍ମିତା ଅଗ୍ରବାଲ, ସୋନୁ ଅଗ୍ରବାଲ, ପ୍ରିତି କମାନୀ, ସଙ୍ଗିତା କମାନୀ, ଜ୍ୟୋତ୍ସା ଅଗ୍ରବାଲ,

ପ୍ରଭା ଅଗ୍ରବାଲ, ରେଖା ଅଗ୍ରବାଲ, ମଞୁ ଅଗ୍ରବାଲ, କାନ୍ତା ଖେତାନ, ସନ୍ତୋଷ ଅଗ୍ରବାଲ, ମମତା ଅଗ୍ରବାଲ, ନିଲମ ଅଗ୍ରବାଲ, ପଲକ ଶର୍ମା, କିରଣ ଅଗ୍ରବାଲ, କରିଷ୍ମା ଅଗ୍ରବାଲ, ପିଙ୍କି ଅଗ୍ରବାଲ, ରେଣୁ ଅଗ୍ରବାଲ, ବୁଲଵୁଲ ଖେତାନ, ମଞ୍ଜୁ ରୋହିଲା, ଡିମ୍ପଲ ଦତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.