ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନେଇ ବିଧାନସଭାରେ ନର୍ଲା ବିଧାୟିକାଙ୍କ ପ୍ରଶ୍ନ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନେଇ ବିଧାନସଭାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରଶ୍ନ ଉତ୍ଥାପନ କରିଥିବାବେଳେ ଏହାର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ଠାରେ ଶିଶୁ ରୋଗ ବିଶେଷଜ୍ଞ ଓ ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ନାହାନ୍ତି, ଏହି ପଦବୀ ଗୁଡିକ କେବେସୁଦ୍ଧା ପୁରଣ କରାଯିବ। ଏହି ଡାକ୍ତରଖାନା ମାନଙ୍କରେ ଉପଲବ୍ଧ ଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯନ୍ତ୍ରପାତି ଗୁଡିକର ପରିଚାଳନା ପାଇଁ ଅଭିଜ୍ଞ ପଦବୀ ସୃଷ୍ଟି କରାଯାଇନାହିଁ, ଯନ୍ତ୍ରପାତି ଅଚଳ ପଡିଛି, ଏହି ସମସ୍ୟାର ସମାଧାନ କେତେଦିନ ଭିତରେ ସମାଧାନ କରାଯିବ, ଏବଂ କର୍ଲାମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ କେନ୍ଦ୍ରର ଆବଶ୍ୟକ ଅଛି, ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ କରିବେ କି ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଥିଲେ।

Omkar Vasthu
Omkar Vasthu

ମାନ୍ୟବର ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମହାଲିଙ୍ଗ କହିଛନ୍ତି; କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ରୋଗ ଓ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ପଦବୀ ଖାଲି ଥ‌ିବା ସ୍ଥଳେ, କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଏବଂ ଜଣେ ସର୍ଜରୀ ବିଶେଷଜ୍ଞ କାର୍ଯ୍ୟରତ ଅଛନ୍ତି। ଖାଲି ପଡିଥ‌ିବା ବିଶେଷଜ୍ଞ ପଦବୀ ଗୁଡିକୁ P.G./S.R. ସମ୍ପୂର୍ଣ କରି ଫେରୁ ଥ‌ିବା ଡାକ୍ତର ମାନଙ୍କ ଦ୍ବାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି। ଏବଂ ଖାଲି ଥ‌ିବା ଡାକ୍ତର ପଦବୀ ଗୁଡିକୁ OPSC ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିଭିକ ନିଯୁକ୍ତି ଦ୍ବାରା ଯଥା ସମ୍ଭବ ପୁରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ବିଧାୟିକା ଭାବେ ନିର୍ବାଚିତ ହେବା ପରଠାରୁ ମନୋରମା ମହାନ୍ତି ଲଗାତାର ଭାବେ ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବିଷୟରେ ପ୍ରଶ୍ନ ଉତ୍ଥାପନ କରିବା ସହ ସେସବୁର ସମାଧାନ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଏଥିପୂର୍ବରୁ ନର୍ଲାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନେଇ ସେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟିକା ମନୋରମା ମହାନ୍ତିଙ୍କ ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.