ବିଶ୍ଵ ହିନ୍ଦୁ ପରିଷଦ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଷଷ୍ଠୀ ପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵ ହିନ୍ଦୁ ପରିଷଦ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଷଷ୍ଠୀ ପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ଅଖିଳ ଭାରତୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ଅଲେଖ ମହିମା ପରବାଙ୍ଗି ଆଶ୍ରମର ସାଧୁ ପ୍ରଭାକର ବାବା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

ପରିଷଦର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଭକ୍ତ ଚରଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଷାଠିଏ ବର୍ଷର ଉପଲବ୍ଧି ବିଷୟରେ ଆଲୋଚନା କରିଥିଲେ l ପ୍ରାନ୍ତ ଉପାଧ୍ୟକ୍ଷା ଡାକ୍ତର ହେମାଙ୍ଗିନୀ ମେହେର ବ୍ରହ୍ମଲୀନ ସନ୍ଥ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ l ହିନ୍ଦୁ ଜାଗରଣ ସାମୁଖ୍ୟର ପ୍ରାନ୍ତ ସଂଯୋଜକ ଗଙ୍ଗାଧର ବେଶ୍ରା ସମରସତା ବିଷୟରେ ଉଦବୋଧନ ଦେଇଥିଲେ l କ୍ଷେତ୍ରୀୟ ଗ୍ରାମ ବିକାଶ ପ୍ରମୁଖ ଅଶୋକ କୁମାର ପାଢ଼ୀ ମଞ୍ଚାସୀନ ଥିଲେ l ପ୍ରମୁଖ ଜିଲ୍ଲା ସମ୍ପାଦକ ସେବକରାମ ସାହୁ ପରିଚୟ ପ୍ରଦାନ ଓ ମଞ୍ଚ ସଞ୍ଚାଳନ କରିଥିଲେ l ଭବାନୀପାଟଣା ପ୍ରଖଣ୍ଡ ସଭାପତି ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକର୍ତ୍ତା କୃଷ୍ଣ ମୋହନ ଯୋଷୀ, ଲାଛିଆ ପାତ୍ର, ରାଜୀବ ଲୋଚନ ବିଶ୍ଵାଳ, ନଗର ସହ ସମ୍ପାଦକ ସରୋଜ କୁମାର ସାହୁ, ପ୍ରାନ୍ତ ସମାରସତା ପ୍ରମୁଖ ସୂର୍ଯ୍ୟ ନାରାୟଣ ଯୋଷୀ, ଏକଲ ଅଭିଯାନ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ଡାକ୍ତର ଜଳନ୍ଧର ମେହେର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମାତୃଶକ୍ତିର ଜ୍ୟୋତ୍ସ୍ନା ସାହୁ, ସବିତା ପଟ୍ଟନାୟକ, ସରସ୍ଵତୀ ହୋତା, ବଲବୀର କୌର ସନ୍ଧୁ ଓ ସବିତା ଦାଶ ଉପସ୍ଥିତ ଥିଲେ l

ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଅଶ୍ୱିନ ଚନ୍ଦନ, ଶ୍ରୀମନ୍ତ ପଟେଲ, ରୋମାଞ୍ଚଳ ଯୋଷୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାଲାଜୀ ବିହାରରୁ ବାହାରି ଘୋଡ଼ାଘାଟ ଛକ ଜିଲ୍ଲାପାଳ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ, ମେଡିକାଲ, ପୁରୁଣା ପଡ଼ା, ନକଟି ଗୁଡ଼ା ଛକ ଦେଇ ବାଲାଜୀ ବିହାରରେ ପହଞ୍ଚିଥିଲା l ଭବାନୀପାଟଣା, ନର୍ଲା, ମଦନପୁର ରାମପୁର ଲାଞ୍ଜିଗଡ଼, ଥୁଅମୂଳ ରାମପୁର, କର୍ଲାମୁଣ୍ଡା ପ୍ରଖଣ୍ଡ ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏଥିରେ ସଂଘ ପରିବାରର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.