ଅସହାୟ ପରିବାରକୁ ବିଜେପି ନେତାଙ୍କ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଅଧୀନ ସମାଚୁଆ ଗାଁରେ ଏକ ଅଭାବନୀୟ ଘଟଛି l ଜଣେ ମହିଳା ହୃଦଘାତ ମୃତ୍ୟୁବରଣ କରିଥିବା ବେଳେ ପରିବାରର ଅବସ୍ଥା ଦୟନୀୟ  ହୋଇପଡିଛି l ଘଟଣାର ଖବର ପାଇଁ ସ୍ଥାନୀୟ ବିଜେପି ନେତା ସର୍ବେଶ୍ୱର ମହାପାତ୍ର, ପ୍ରେମାନନ୍ଦ ସ୍ୱାଇଁ, କେଶବ ଭୋଇ, ତେଜରାଜ ଭୋଇ, ରାମଜୀ ରଣା, ଉମାକାନ୍ତ ମିର୍ଦ୍ଧା ଓ ତ୍ରିନାଥ ମିର୍ଦ୍ଧା ପ୍ରମୁଖ ଗାଁକୁ ପହଂଚି ମୃତବରଣ କରିଥିବା ପରିବାରକୁ ଭେଟି ସମବେଦନ ଜଣାଇବା ସହ ଛୋଟ ଶିଶୁ ପାଇଁ କିଛି ସାମଗ୍ରୀ ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ l

ପ୍ରକାଶ ଯେ, ସମାଚୁଆ ଗାଁର ସୁରଥ ମିର୍ଦ୍ଧାଙ୍କ ପତ୍ନୀ ଭୁବନୀ ମିର୍ଦ୍ଧା (୩୫) ଙ୍କ ୨ ଦିନ ତଳେ ହୃଦଘାତ ପରଲୋକ ଘଟିଛି l ଏହି ପରିବାରରେ ଏବେ ସ୍ୱାମୀ ସୁରଥ ଙ୍କ ସମେତ ୫ ଝିଅ ଓ ୬ ମାସର ପୁଅ ଟିଏ ରହିଛି l ସୁରଥ ଦିନମଜୁରୀ କରି ପରିବାର ଭରଣପୋଷଣ କରି ଆସୁଥିଲା l କିନ୍ତୁ ଏବେ ସେ କରିବ କଣ ପୁଅ ଝିଅଙ୍କୁ ଛାଡି କାମ ମଧ୍ୟ କରି ଯାଇ ପାରିବେ ନାହିଁ l ତେଣୁ ବ୍ଲକ ପ୍ରଶାସନ ଏହି ଗରିବ ଅସହାୟ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.