ରାମ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର

ସୋନପୁର,୯/୭ : ସବୁର୍ଣ୍ଣପୁର ର ବଡ ଜଗନ୍ନାଥ ଓ ଭାଇ ବଳଭଦ୍ର ମାଉସୀ ମନ୍ଦିରରେ ରାମ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଏଥିପାଇଁ ଗୁଣ୍ଡିଚା ମନ୍ଦିର ମାଉସୀ ଘରେ ଠାକୁର ମାନଙ୍କ ଠାରେ ସକାଳୁ ପୂଜାର୍ଚ୍ଚନା ସହ ନୀତକିନ୍ତି ପରେ ଆଳତୀ କରାଯାଇଥିଲା। ଅପରାହ୍ନରେ ସେ ବାୟତମାନେ ଦୁଇ ଠାକୁରଙ୍କୁ ରାମ ଓ ବଳରାମ ବେଶରେ ସଜାଇଥିଲା। ଠାକୁରଙ୍କ ଏହ ଦୁର୍ଲଭ ବେଶ ଦେଖିବାକୁ ସନ୍ଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭଡି ଦେଖିବାକୁ ମିଳିଥିିଲା। ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଠାକୁର ମାନଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡି ବ୍ୟବସ୍ଥା କରା ଯାଇଥିଲା। ଭକ୍ତଙ୍କ ଭଡି କୁ ଦେଖି ଜଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛ। ଅନ୍ୟପକ୍ଷରେ ଶ୍ରୀଗଣ୍ତିଚା ରଥ ଯାତ୍ରା କମଟି ଓ ଦେବୋତ୍ତର କମଟି ପକ୍ଷରୁ ଗଣ୍ଟିଚା ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତକି ଦଳମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ପରବେଷଣ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.