ଲାଞ୍ଜିଗଡ : ଜେଇ ଙ୍କୁ ଧକ୍କା ମାରିବା ଘଟଣା, ଆପୋଷ ବୁଝାମଣାରେ ତୁଟିଲା ଝମେଲା 

ଲାଞ୍ଜିଗଡ଼,୯/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ  କୁମଖାଲ ପଞ୍ଚାୟତ ଅଧିନସ୍ଥ ଖଜୁରିଗୁଡା ଗ୍ରାମର ଏକ ନଳକୂପ ଡ୍ରେନ ନିର୍ମାଣ ସ୍ଥଳରେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ସଂପୃକ୍ତ କାର୍ଯ୍ୟ ବୁଝୁଥିବା ଯିବକ ଧକ୍କା ମାରିଥିବା ବିଶ୍ବନାଥପୁର ଥାନାରେ ଅଭିଯୋଗ କରିଥିଲେ ଜେଇ । ଏହି ଅଭିଯୋଗ ଆଧାରରେ ଖଜୁରିଗୁଡା ଗ୍ରାମର ଚିନ୍ତାମଣି ପୁଝାରି (ଜିତୁ)ଙ୍କୁ ବିଶ୍ବନାଥପୁର ପୋଲିସ ସୋମବାର ସକାଳ ୧୦ଟାରୁ ଥାନାକୁ ଉଠାଇ ଆଣି ରାତ୍ରି ପର୍ଯ୍ୟନ୍ତ ଅଟକ ରଖିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ପ୍ରାଥମିକ ସୂତ୍ରରୁ ପ୍ରକାଶ ଯେ ଆଜିକୁ ଦୁଇ ମାସ ତଳେ ଖଜୁରିଗୁଡା ଗ୍ରାମର ସାହୁ ପଡାର ନଳକୂପ ଡ୍ରେନ ଜିପି ଫଣ୍ଡର ୧ଲକ୍ଷ ଟଙ୍କା ଅଟକଳରେ ୧୨୦ଫୁଟ ଡ୍ରେନ କାମ କରିବା ପାଇଁ କୁମଖାଲ ପଂଚାୟତର ଦାଇତ୍ୱରେ ଥିବା ଜେଇ ଖଜୁରୀ ଗୁଡା ଗ୍ରାମର ଚିନ୍ତାମଣି ପୁଝାରିକୁ ଦାଇତ୍ୱ ଦେଇଥିଲା। ଜେଇଙ୍କ ପରାମର୍ଶ କ୍ରମେ ପ୍ରଥମେ ୬୦ଫୁଟ ଡ୍ରେନ କରି ଦୁଇ ମାସ ପରେ ପୁଣି ୬୦ଫୁଟ ଡ୍ରେନ କାମ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସୋମବାର ସକାଳେ ଜେଇ ଖଜୁରୀ ଗୁଡା ଯାଇ ଡ୍ରେନ କାମଦେଖି ମୁଁ ଏହି ବିଲ୍ କରିବି ନାହିଁ କହି ଡ୍ରେନକୁ ଲାତମାରି ଭାଙ୍ଗି ଦେଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣା ସ୍ଥଳରୁ ଜେଇ ଆସି ବିଶ୍ୱନାଥପୁର ଥାନାରେ ଅଭିଯୋଗ କଲାପରେ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳକୁ ଯାଇ ଚିନ୍ତାମଣିକୁ ଥାନାକୁ ଆଣି ଅଟକ ରଖିଥିଲା। ଗ୍ରାମର ଅନେକ ଲୋକ  ଦିର୍ଘ ସମୟ ଧରି ଥାନା ବାହାରେ ଅପେକ୍ଷା କରିଥିଲେ । ଚିନ୍ତାମଣିକୁ ୧୦ଘଣ୍ଟାରୁ ଉର୍ଧ ସମୟ ଥାନାରେ ଅଟକ ରଖିଥିବା ଯୋଗୁଁ ଗାଁ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଜେଇ ଓ ଯୁବକଙ୍କୁ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ସଂପୃକ୍ତ ଯୁବକଙ୍କୁ ବିଶ୍ୱନାଥପୁର ପୋଲିସ ଛାଡିଥିବା ଜଣାପଡିଛି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.