ବାଲେଶ୍ୱର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ୪ ତାରିଖ ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରିମଣି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

Omkar Vasthu
Omkar Vasthu

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ବିକାଶ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ସୁଭଦ୍ରା ଯୋଜନା ହିତାଧିକାରୀ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ଗ୍ରହଣ କରିପାରିବେ। ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ। ଯୋଗ୍ୟ ହିତାଧିକାରୀମାନେ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ। ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି। (OTP based, Fingerprint/Bio-metric, Iris, Face Authentication) ମଧ୍ୟରୁ କୌଣସି ଏକ e-KYC ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜିକରଣ କରିପାରିବେ। ଏହି ସମୟରେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି। ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକିକରଣ କରାଯିବ ନାହିଁ। ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

Pearl dental clinic
Near Ashish Medical Store, Bhawanipatna

ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ସର୍ବମୋଟ ୨୫୮ଟି ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି। ଏହି ପରିବର୍ତ୍ତନ ନିମନ୍ତେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ Biometric updation ପାଇଁ ୧୦୦/- ଟଙ୍କା ଓ demographic updation ପାଇଁ ୫୦/- ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଦେୟ ପ୍ରଦାନ କରାଯିବ ନାହିଁ। ସେହି ଭଳି ସର୍ବମୋଟ ୨୨୦୦ଟି ସୁଭଦ୍ରା କ୍ୟାମ୍ପ ମଧ୍ୟ ଖୋଲା ଯାଇଛି।

Udyog Nursery
Udyogi Nursery

ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ବିଷୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ସାମ୍ବାଦିକଙ୍କୁ ଅବଗତ କରାଇଥିଲେ। ଜନ ଗହଳି ହେଉଥିବା କେନ୍ଦ୍ରଗୁଡିକ ପରିସରରେ ପୋଲିସ ପାଟ୍ରୋଲିଂ କରାଯାଇ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି। ଶୃଙ୍ଖଳିତ ଭାବରେ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଜନ ସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପହଞ୍ଚି ନିଜ ନାମ ପଞ୍ଜିକୃତ କରିହେବ। ସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ସର୍ବଶେଷରେ ମଞ୍ଚସ୍ଥ ସମସ୍ତ ଅଧିକାରୀମାନେ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ସମ୍ମିଳନୀରେ ସୁଭଦ୍ରା ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଓ ଡିପିସି, ମମତା ଶ୍ରୀ ବାମଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.