ଉତ୍ସବ ମୁଖର ସଂସ୍କୃତି ସଂପନ୍ନ ଗାଁ ବେହେରା : ଆଜିଠାରୁ ସପ୍ତାହ ବ୍ୟାପୀ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଶିଦ୍ଧିଦାତା ଭଗବାନ ଶ୍ରୀ ଗଣେଶଙ୍କ ପୂଜାନୋତ୍ସବ ଅବସରରେ ଧର୍ମଗଡ଼ ବ୍ଲକ ବେହେରାଠାରେ ଆଜିଠାରୁ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଚାଲିବ। ବେହେରା ମାର୍କେଟ କମ୍ପ୍ଲେକ୍ସ ପୂଜା କମିଟି ଦ୍ବାରା ଆୟୋଜିତ ପବିତ୍ର ପୂଜା ଅବସରରେ ଶ୍ରୀ ଅନଙ୍ଗ ଦାସ ଜୀ ମହାରାଜ ଜଗନ୍ନାଥ ସଂସ୍କୃତି, ରାମାୟଣ, ଶ୍ରୀମଦ ଭଗବତଗୀତା ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

ଅନିଲ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସିଖାରାଣୀ ମହାପାତ୍ର କାର୍ଯ୍ୟକ୍ରମର କର୍ତ୍ତା ଦାଇତ୍ଵ ନିର୍ବାହ କରିଥିବାବେଳେ ପୂଜକ ମୋହନ ତିୱାରୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ଗୁଣନିଧି ନାଗ, ସଂପାଦକ ତ୍ରିଲୋକ ନାଥ ସିଂ, ବବଲୁ ଅଗ୍ରୱାଲ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଜୟ ତିୱାରୀ, ଭୁବନେ କାଣ୍ଡ, ପ୍ରମୁଖ ସହଯୋଗକରୁଛନ୍ତି । ପ୍ରବଚନ କାର୍ଯ୍ୟକ୍ରମକୁ ସଂଗୀତମୟ କରିବା ପାଇଁ ତବଳା ବାଦକ କ୍ରୁଷ୍ଣ ପ୍ରସାଦ ସ୍ବାଇଁ, ହାରମୋନିୟମ ବାଦକ ରାଧାକାନ୍ତ ଓଝା, ଗଣେଶ ଅଗ୍ରୱାଲ ପ୍ରମୂଖ ସହଯୋଗ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠାରେ ପ୍ରକାଶଯୋଗ୍ୟ ଯେ ଦଣ୍ଡପାଟ ଅଞ୍ଚଳର ଅନ୍ୟତମ ସଂସ୍କୃତି ସଂପନ୍ନ ଗ୍ରାମ ବେହେରା ଅନ୍ୟାନ୍ୟ କ୍ଷେତ୍ର ପରି ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଚଳଚଞ୍ଚଳ। ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀ ସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ। ଏହି କ୍ରମରେ ଗଣେଶ ପୂଜା ଅବସରରେ ଆରମ୍ଭ ହୋଇଛି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ । ଏହାକୁ ନେଇ ବେହେରା ଗାଁ ଉତ୍ସବ ମୁଖର ହୋଇଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.