ଭତରା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସିଉନୀଠାରେ ରବିବାର କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଭତରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ମାଝୀ ମୁଖ୍ୟବକ୍ତା, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦିପ ଦିଶାରୀ, ନିଳକଣ୍ଠ ମାଝୀ, ଗୋପିଚନ ନାଏକ, ରୁତୁ ରାଜ ମାଝୀ, ବୃନ୍ଦାବନ ପୁଝାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମ ଆରମ୍ଭରେ ପୂଜକ ହିମାଚଳ ପୁଝାରୀଙ୍କ ଘରୁ ନୂଆ ଚୁଡ଼ା ଗୁଡ଼ ଅଣାଯାଇ ଭୈରବ ଦେବଙ୍କ ନିକଟରେ ଲାଗି କରାଯାଇଥିଲା। ଏହା ପରେ ସାମୂହିକ ଭାବେ ନବାନ୍ନ ଭକ୍ଷଣ ଓ ଜୁହାର ଭେଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ଭୈରବ ଦେବଙ୍କ ମନ୍ଦିର ଉନ୍ନତି କରଣ ପାଇଁ ସାଂସଦ ଓ ବିଧାୟକଙ୍କୁ ଭତରା ସମାଜ ପକ୍ଷରୁ ଅନୁରୋଧ କରାଯାଇଥିଲା। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସୁଧୀର ଧଙ୍ଗଡମାଝୀ ପରିଚାଳନା କରିଥିଲେ। ଭୂବନେଶ୍ବର ଦିଶାରୀ, ବନ ଦଣ୍ଡସେନା, ପରମେଶ୍ଵର ଧଙ୍ଗଡାମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ରଣସାଏ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.