ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସାହୁ ପଡାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏହି ପଡ଼ାରେ ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକେ ବସବାସ କରନ୍ତି। ଯେଉଁ ଠାରେ କିଛି କୁ ପ୍ରକୃତିର ଲୋକ ସଦା ସର୍ବଦା ବିଭିନ୍ନ ପ୍ରକାରର ମଇଳା ପକାନ୍ତି। ସେହି ରାସ୍ତା ହେଉଛି ସାହୁ ପଡାରେ ମୁଖ୍ୟ ରାସ୍ତା। ଏହି ରାସ୍ତାଟି ପଲ୍ସା ପଡ଼ା, ଖର୍ଲାବେଡା, ମାଲଗୁଣ୍ଡ, ରଣପୁର ସହିତ ଜୋଡି ହୋଇଛି।
ଏହି ରାସ୍ତା ଦେଇ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି କିନ୍ତୁ କିଛିତ ପ୍ରକୃତିର ଲୋକମାନେ ଏଠାରେ ମଇଳା, ଆବର୍ଜନା କୁଡ଼ କୁଡ଼ ଫିଙ୍ଗୁଛନ୍ତି। ଯାହା ଫଳରେ ଏକ ପଚା ଦୁର୍ଗନ୍ଧ ପରିବେଶକୁ ଦୂଷିତ କରୁଛି। ଏଥିରେ ମଶା, ମାଛି ବହୁ ପରିମାଣରେ ମଧ୍ୟ ଜାତ ହେଉଛନ୍ତି। ଏନଏସିର ମଧ୍ୟ ଦୃଷ୍ଟି ପଡୁ ନାହିଁ। ତେଣୁ ଯଥା ଶିଘ୍ର ଏହି ସମସ୍ୟାର ପ୍ରତିକାର କରିବାକୁ ଦାବି କରିଛନ୍ତି ସଚେତନ ନାଗରିକ।