‘ଭଲ କବିତାର ଖୋଜ୍’ର ୭୨ତମ ଆସରରେ କବି ହରିହର ମିଶ୍ରଙ୍କ କାବ୍ୟଚର୍ଚ୍ଚା

ବାଲେଶ୍ୱର,୧୧/୭: ବୁଧବାର ସନ୍ଧ୍ୟାରେ ହୋଟେଲ ପଞ୍ଚଜନ୍ୟରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ବିଶିଷ୍ଟ ସାରସ୍ଵତ ସାଧକ କବି ହରିହର ମିଶ୍ରଙ୍କ କାବ୍ୟାଲୋଚନା ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଥର ଜଣେ କବିଙ୍କୁ ଉତ୍ସର୍ଗ କରାଯାଉଥିବା ଏପରି ଆସରରେ ସଂପୃକ୍ତ କବିଙ୍କ କବିତା ପଢାଯିବା ସହ ତାଙ୍କ କବିତାର ସାମଗ୍ରିକ ଆଲୋଚନା କରାଯାଇଥାଏ। ଆଜିର ଆସରରେ ଆଲୋଚକ ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଅଧ୍ୟାପକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଓ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ନାୟକ।

Omkar Vasthu
Omkar Vasthu

ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ଅନ୍ୟତମ ଆବାହକ କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ସ୍ଵାଗତ କରିବା ସହିତ କବି ହରିହର ମିଶ୍ରଙ୍କ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ପରେ ପରେ ଆବାହକ କବି ଶ୍ରୀଦେବ ଆଲୋଚ୍ୟ କବିଙ୍କ କବିତା ସମ୍ପର୍କରେ ନିଜସ୍ୱ ମତ ରଖିବା ସହ କବିଙ୍କ ସହ ବାଲେଶ୍ଵରର ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

କବି ହରିହର ମିଶ୍ରଙ୍କ କବିତାରେ ରହସ୍ୟବାଦର ପ୍ରୟୋଗ ଦେଖିବାକୁ ମିଳିଥାଏ। ଏହି କାରଣରୁ ହୁଏତ ତାଙ୍କ କବିତାର ବୋଧଗମ୍ୟତାକୁ ନେଇ ପ୍ରଶ୍ନବାଚୀ ଥାଇପାରେ। କିନ୍ତୁ ତାଙ୍କ କବିତା ଦୁର୍ବୋଧ୍ୟ ନୁହେଁ ବୋଲି ଆଲୋଚକ ଡକ୍ଟର ବେହେରା ମତପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, କବି ହରିହର ମିଶ୍ରଙ୍କ କବିତା ମିଥ୍ ଓ ମେଟାଫର୍ କୁ ନେଇ ପରିପୁଷ୍ଟ ହୋଇଥିବା କାରଣରୁ ସାଧାରଣ ପାଠକ ଅପେକ୍ଷା ବୌଦ୍ଧିକ ପାଠକମାନଙ୍କ ପାଇଁ ଅଧିକ ବୋଧଗମ୍ୟ ହୋଇପାରିଛି।

Udyog Nursery
Udyogi Nursery

ସେହିପରି କବି ହରିହର ମିଶ୍ର ଦୁର୍ବୋଧ୍ୟତାକୁ ଭାଙ୍ଗିଛନ୍ତି ବୋଲି କହିବା ସହ ତାଙ୍କ କବିତାର ଭାବଭୂମିରେ ବିରାଟ ଲ୍ୟାଣ୍ଡସ୍କେପ୍ ନଥିଲେ ବି ସେ ସମାଜର ରୂପଚିତ୍ରକୁ ତୋଳିଧରିବାରେ ବେଶ୍ ସଫଳ ବୋଲି ଅନ୍ୟତମ ଆଲୋଚକ ଡକ୍ଟର ପଟ୍ଟନାୟକ କହିଥିଲେ।

କବି ହରିହର ମିଶ୍ରଙ୍କ କାବ୍ୟସମଗ୍ରକୁ ନେଇ ଗବେଷଣାର ଆବଶ୍ୟକତା ରହିଛି ବୋଲି ଶେଷତମ ଆଲୋଚକ ଡକ୍ଟର ନାୟକ କହିବା ସହ କବିତାରେ ହରିହର ମିଶ୍ର ହିପ୍ପି କଲ୍-ଚର୍ ଆଣିଛନ୍ତି ବୋଲି କହିଥିଲେ। ଓଡିଆ କାବ୍ୟକବିତାରେ ପ୍ରୟୋଗବାଦୀ ଧାରାର ସେ ଜଣେ ସାର୍ଥକ ଦାୟାଦ ଏବଂ ସେ ପ୍ରୋଗ୍ରେସିଭ୍ ଫିଲୋସଫିକୁ ମଧ୍ୟ ନିଜ କବିତାରେ ରଖିଛନ୍ତି ବୋଲି ଡକ୍ଟର ନାୟକ ସମାଲୋଚକୀୟ ଦୃଷ୍ଟିଭଙ୍ଗୀରୁ କହିଥିଲେ।

ଏହି ଆସରରେ ‘ପରିଚୟ’ ପତ୍ରିକାର ସମ୍ପାଦିକା ଅରୁଣା ରାୟ ଓ ‘ସମୟ’ରଜିଲ୍ଲା ପ୍ରତିନିଧି ତଥା କବି ରଞ୍ଜନ ବାଗ୍ ଉପସ୍ଥିତ ରହି କବିଙ୍କ କବିତା ପାଠ କରିଥିଲେ। ଶେଷରେ ଆବାହକ ଉତ୍ପଳ ମହାନ୍ତି ନିଜର ଅଭିମତ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ବାର୍ତ୍ତା’ର ପେଜ୍ ଲାଇକ୍ କରି ସବୁ ଖବର ଓ ବିଚାର ପଢ଼ନ୍ତୁ ଫେସବୁକ୍’ରେ

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.