ଲୋକକଳା ଏବଂ ପୌରାଣିକ ନାଟକ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର,୧୧/୭-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ପ୍ରକାଶ ମହଲ ଏବଂ ଭଞ୍ଜ ମଣ୍ଡପ ପରିସରରେ ମଞ୍ଚଜ୍ଯୋତି ଏବଂ ସଂସାର ଅନୁଷ୍ଠାନର ମିଳିତ ଉଦ୍ଯମରେ ଲୋକକଳା ଉତ୍ସବ ଏବଂ ପୁସ୍ତକ ବିକାଶ ଅଭିଯାନ ଅବସରରେ ଏବର୍ଷ ପ୍ରଥମ କରି ଏକ ରାଜ୍ଯସ୍ତରୀୟ ପୌରାଣିକ ନାଟକ ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ, ଶତବର୍ଷ ପୂର୍ବକ ଏକ ଦୁର୍ମୂଲ୍ଯ ପୁସ୍ତକ ଋଷିକୂଲ୍ୟା ପ୍ରଶସ୍ତ ଏବଂ ମୁଖପତ୍ର ବିଚିତ୍ର ସଂସାର ସ୍ବତନ୍ତ୍ର ସଂଖ୍ଯା ତଥା ଲୋକକଳା ମାଧ୍ଯମରେ ନୈତିକ ଶିକ୍ଷା ଏବଂ ମାନବିକତାକୁ ଋଦ୍ଧିମନ୍ତ କରିବା ପାଇଁ ସାଧାରଣ ତଥା ସରକାରଙ୍କ ସଂପୃକ୍ତି ନେଇ ପାଞ୍ଚଦିନଧରି ଅନୁଷ୍ଠିତ ହୋଇଥିବା ଆଲୋଚନା ସଭା ଉଦଯାପିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ଉଦଯାପନି ଦିବସରେ ଆନ୍ତର୍ଜାତୀୟ ଖ୍ଯାତି ସମ୍ପନ୍ନ ଭେଷଜ ବିଶାରଦ ତଥା ବୟୋଜ୍ୟେଷ୍ଠ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରୋ. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ମୁଖ୍ଯ ଉଦ୍ଯମ ପ୍ରଥମ ମାଇଲଖୁଣ୍ଟ ଭାବେ ବ୍ରହ୍ମପୁରରୁ ଦିଗଦର୍ଶନ ଦେବା ଅତ୍ଯନ୍ତ ପ୍ରଶଂସାର୍ହ ବୋଲି ମତବ୍ଯକ୍ତ କରିଥିଲେ । ଏଥିରେ ବିଶିଷ୍ଟ ଲୋକନାଟ୍ଯ ନିର୍ଦ୍ଦେଶକ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ଅଧ୍ଯକ୍ଷତା କରିଥିଲେ । ବରିଷ୍ଠ ସଙ୍ଗୀତଜ୍ଞ ଶଙ୍କର୍ଷଣ ପାତ୍ର ମୁଖ୍ଯବକ୍ତା,ନାଟ୍ଯ ମହାରଥୀ ବିପିନ ମହାପାତ୍ର, ନାଟ୍ଯ ବିଦ୍ଯାବୁଦ୍ଧ ପ୍ରଫୁଲ୍ଲ ବେହେରା, ବରିଷ୍ଠ ନିର୍ଦ୍ଦେଶକ ରବିନ୍ଦ୍ର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଭଳି ଉତ୍ସବ ତଥା କର୍ମଶାଳାର ଉଦ୍ଯମ ରାଜ୍ଯ ତଥା ଦେଶରେ ଅନନ୍ଯ ବୋଲି ଭୂୟସୀ ପ୍ରଶଂସା କରି କହିଲେ ସରକାରଙ୍କ ଭାଷା ସାହିତ୍ୟ ପୁସ୍ତକ ବିକାଶ ଲୋକକଳା ଓ ସଂସ୍କୃତିର ସଂରକ୍ଷଣ ଜନସଚେତନାରେ ସଂପୃକ୍ତ ତଥା ଦେଶବିଦେଶରେ ସାଂସ୍କୃତିକ ବିନିମୟ ଯୋଜନା ମାଧ୍ଯମରେ ଅବକ୍ଷୟମୁଖୀ ମାନବିକତା ଏବଂ ନୈତିକ ଶିକ୍ଷାକୁ ୟୁନିସେଫ୍ , ୟୁନେସ୍କୋ ଭଳି ଆନ୍ତର୍ଜାତୀୟ ସଂସ୍ଥାର ପୃଷ୍ଠପୋଷକତାରେ ଆମ ଦେଶର ପ୍ରାଚୀନ ପଦ୍ଧତି ଅବଲମ୍ବନ କରାଗଲେ ସମାଜର ସର୍ବାଙ୍ଗୀନ ଉନ୍ନତି ତଥା ଶାନ୍ତି ସମ୍ଭଵ ବୋଲି ମତବ୍ଯକ୍ତ କରିଥିଲେ । ସଂସାର ସଂପାଦକ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ମଞ୍ଚଜ୍ଯୋତି ପ୍ରତିଷ୍ଠାତା ପ୍ରତ୍ଯକ୍ଷ ଭାବେ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପ୍ରତିଯୋଗିତା ଭିତ୍ତିକ ଉତ୍ସବରେ ପ୍ରଥମ ଜଗାବଳିଆ ପ୍ରଗତିଶୀଳ ନାଟ୍ଯ ସଂସ୍ଥା, ଦ୍ବିତୀୟ ମା’ ଭୀମାକାଳୁଆ ଯୁବ ନାଟ୍ଯ ସଂଘ, ତୃତୀୟ ଶ୍ରୀ ଶ୍ରୀ ନରସିଂହ ନାଟ୍ଯ ସଂଘ ଏବଂ ସାନ୍ତ୍ବନା ମୂଳକ ଭାବେ ମା’ ବନଦୁର୍ଗା ନାଟ୍ଯ ସଂଘ ପୁରସ୍କୃତ ହୋଇଥିଲା । ଉଦଯାପନ ଉତ୍ସବରେ ନନ୍ଦିକ ସୁନ୍ଦର ମାଧବ ନାଟ୍ଯ କଳା ସଂସଦ ପ୍ରଯୋଜିତ ସୁଭଦ୍ରା ପରିଣୟ ପରିବେଶିତ ହୋଇଥିଲା । ଏହି ଅବସରରେ ଲୋକନାଟ୍ଯ ଗୁରୁ ସହଦେବ ସାହୁ, ନୃତ୍ୟଶିଳ୍ପୀ ସୁଇଟ୍ ସାହୁ, ଶିକ୍ଷାବିତ୍ ଶ୍ଯାମସୁନ୍ଦର ଖାଡଙ୍ଗା ପ୍ରମୁଖଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ମାଧ୍ଯମରେ ଯେଉଁ କଳା,ସଂସ୍କୃତି ତଥା ସାହିତ୍ୟ ଅନୁଷ୍ଠାନମାନେ ସରକାରୀ ଅନୁଦାନ ବିନା ସୁସ୍ଥ ସମାଜ ଗଠନ ପାଇଁ ଅନବରତ ଉଦ୍ଯମ ଜାରି ରଖୁଛନ୍ତି ସେମାନଙ୍କୁ ରାଜ୍ଯ ଏବଂ କେନ୍ଦ୍ର ସରକାର ସ୍ବତନ୍ତ୍ର ତଥା କର୍ପସ ଫଣ୍ଡ୍ ଯୋଗାଇ ଦେବା ଉଚିତ ବୋଲି ଜନମତ ପ୍ରକାଶ ପାଇଛି । ଶେଷରେ ନାଟ୍ଯକାର ଯୁଦ୍ଧିଷ୍ଠିର ଭଞ୍ଜସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ଖବରକାଗଜକୁ ଆଉ ଅପେକ୍ଷା କରିବା ଦରକାର ନାହିଁ, ଏଠି ଛୁଇଁ ୨୪x୭ ଖବର ଓ ବିଚାର ପଢ଼ନ୍ତୁ ମାଗଣାରେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.