ଐଶ୍ଚର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରଧନାର ପର୍ବ ସୁଦଶା ବ୍ରତ

ତ୍କଳିୟ ସଂସ୍କୃତିରେ ଓଷା ବ୍ରତ ର ଯଥେଷ୍ଟ ଗୁରୁତ୍ବ ରହିଛି । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ । ଐଶ୍ଚର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଷ ମଧ୍ୟରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଯାଇଛି । ଯେଉଁ ମାସର ଶୁକ୍ଲ ପକ୍ଷ ଦଶମୀ ତିଥିରେ ଗୁରୁବାର ପଡେ ସେହି ଦିନ ସୁଦଶା ବ୍ରତ ପାଳିତ ହୁଏ । ଗୃହିଣୀ ମାନେ ଘରର ସୁଖ ସମୃଦ୍ଧି ପାଇଁ ଏହି ବ୍ରତକୁ ପାଳନ କରିଥାନ୍ତି ।

ମାତା ଲକ୍ଷ୍ମୀଙ୍କୁ ସମର୍ପଣ କରି ଏହି ବ୍ରତକୁ ଧାରଣ କରିଥାନ୍ତି ମହିଳାମାନେ । ଏହି ବ୍ରତର ପ୍ରଥମ ଗଣ୍ଠୀର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ବୀତୀୟ ଗଣ୍ଠୀର ନାମ କମଳ ଲୋଚନୀ, ତୃତୀୟ ଗଣ୍ଠୀର ନାମ ପଦ୍ମ ଆସନୀ ସେହିପରି ଚତୁର୍ଥ ଗଣ୍ଠିରେ ଦୂଃଖ ନାସିନୀ, ପଞ୍ଚମ ଗଣ୍ଠିର ନାମ ସର୍ବ ସୁଲକ୍ଷଣି, ଶଷ୍ଟରେ କଷ୍ଟ ନାସିନୀ, ସପ୍ତମରେ ସୁଖ ଦାୟିନୀ, ଅଷ୍ଟମରେ ଦାରିଦ୍ର୍ୟ ଭଞ୍ଜନୀ, ନବମରେ ଧନପୁତ୍ର ବାଞ୍ଛିନୀ ଓ ଦଶମ ଗଣ୍ଠୀରେ ଶ୍ରୀ ମହାଲକ୍ଷ୍ମୀ ଉପବେଶନ କରିଥାନ୍ତି ।

ଏହି ବ୍ରତ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ କଥା ବସ୍ତୁକୁ ନେଇ ଗତିଶିଳ ହୋଇଛି । ଦୀକ୍ଷା ବ୍ରାହ୍ମଣୀର ସତ୍ୟକୁ କାଟି ନପାରି ରାଣୀଙ୍କ ବାରଣ ସତ୍ତ୍ବେ ବ୍ରତ ପ୍ରଦାନ କରିଛନ୍ତି ରାଜା ନଳ । ଏହାପରେ ଆରମ୍ଭ ହୋଇଛି ତାଙ୍କର ଦୂର୍ଦଶା । ଏହା ପରେ ନାନା ଘାତ ପ୍ରତିଘାତ ମଦ୍ଧ୍ୟଦେଇ ଗତିକରି ପରିଶେଷରେ ମହାଲକ୍ଷ୍ମୀଙ୍କ ଅପାର କରୁଣାରୁ ତାଙ୍କର ସବୁ ସୁଖ ଫେରି ପାଇଛନ୍ତି । ବ୍ରତର ବିଧି ବିଧାନ ସହ ସାମାଜିକ ବାର୍ତ୍ତା ଏହାର ପ୍ରଚ୍ଛଦ ପଟ୍ଟରେ ରହିଛି । 

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ବଲାଙ୍ଗିର : ମାଁ ଲକ୍ଷ୍ମୀଙ୍କ ସୁଦଶା ବ୍ରତ ଉପଲକ୍ଷେ ବଲାଙ୍ଗିର ସହରରେ ଉତ୍ସବ ମୂଖର ପରିବେଷ ସୃଷ୍ଟି ହୋଇଥିଲା । ମାଲ ପଡ଼ା ରାମଜି ମନ୍ଦିର ମାଉଁସି ମାଁ ମନ୍ଦିରରେ ବିରାଜମାନ ଥିବା ମହାବାହୁ ଜଗନ୍ନାଥ, ମାଁ ସୁଭଦ୍ରା ଓ ବଳଭଦ୍ରଙ୍କ ପୂଜାର୍ଚ୍ଚନା ଚାଲୁଥିବା ବେଳେ ମାଁ ଲକ୍ଷ୍ମୀଙ୍କ ସୁଦଶା ବ୍ରତ ପାଇ ଦ୍ୱିଗୁଣିତ ହୋଇଉଠିଛି ମନ୍ଦିର ପରିସର।

ବଲାଙ୍ଗୀର ରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.