ଫକୀରମୋହନ ବିଶ୍ୱବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀଗୃହ ପାଠ୍ୟକ୍ରମର ବିଭିନ୍ନ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏବଂ ସମସ୍ତ ବିଭାଗୀୟ ମୁଖ୍ୟ, ସଂଯୋଜକ, ଅଧିକାରୀ, ନିର୍ଦ୍ଦେଶକ, ନିୟନ୍ତ୍ରକ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଏହି ବୈଠକରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ସ୍ପଷ୍ଟ ଆଲୋଚନା କରାଯାଇଥିଲା।

Omkar Vasthu
Omkar Vasthu

ଏହି ବୈଠକର ପ୍ରମୁଖ ଉଦ୍ଦେଶ୍ଯ ଭାବେ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବିଷୟରେ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ଛଅ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୂଚନା ଅନୁଯାୟୀ ୧୯,୨୦ ଏବଂ ୨୧ ସେପ୍ଟେମ୍ବର (ତିନି ଦିନ) ସମସ୍ତଙ୍କ ପାଇଁ ଏକ ସାଧାରଣ ତଥା ମିଳିତ ଆଭିମୁଖ୍ୟ କାର୍ଯ୍ୟକ୍ରମ ହେବ ଏବଂ ତିନି ଦିନ ବାକି ବ୍ୟକ୍ତିଗତ ବିଭାଗୀୟ ଆଭିମୁଖ୍ୟ ପାଇଁ ଉଦ୍ଦିଷ୍ଟ ରହିବ। ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ପାଠ୍ୟକ୍ରମ ପ୍ରଣାଳୀ, ବିଶ୍ୱବିଦ୍ୟାଳୟର ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ଅନୁସନ୍ଧାନ ଏବଂ ବିକାଶ, ଇନ୍କ୍ୟୁବେସନ ଏବଂ ଉଦ୍ଭାବନ, କ୍ୟାମ୍ପସର ସାମଗ୍ରିକ ସୂଚନା , ଜାତୀୟ ଶିକ୍ଷା ନୀତିର ପ୍ରଣୟନ ବ୍ୟବସ୍ଥା, ଭିତ୍ତିଭୂମି ସେବା, ଆଭ୍ୟନ୍ତରୀଣ ଶୃଙ୍ଖଳା ସହ ସମସ୍ତ ନୀତି ନିୟମ, ନିଯୁକ୍ତି ସଂପର୍କିତ ତଥ୍ୟ ଓ ବୃତ୍ତି ଚୟନ ପରାମର୍ଶ, ସାମାଜିକ ତଥା ଗୋଷ୍ଠୀ ସମ୍ପର୍କିତ ପଦକ୍ଷେପ ଏବଂ ଅଂଶଗ୍ରହଣ, ମୂଲ୍ୟଯୁକ୍ତ ପାଠ୍ୟକ୍ରମ, ଅଭିଯୋଗ ନୀତି ଏବଂ ଆଣ୍ଟି-ରାଗିଂ ସେଲ୍ ସିଷ୍ଟମ୍ ଏବଂ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ମୂଲ୍ୟବାନ ସୂଚନା ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଏଥିସହ କୁଳପତି ପ୍ରଫେସର ତ୍ରିପାଠୀ ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ଅଭିନନ୍ଦନ ଜ୍ଞାପନ ସହ ଏକ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.